ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୩
ସଙ୍କଳନ - ସ୍ନେହଲତା ଷଡଙ୍ଗୀ
କୋଚିଲା ଗଛ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
୧୧
ଜୀବର
ପାପ ପୁଣ୍ୟ ବାଣୀ
ମରଣ
କାଳେ ତାହା ଜାଣି ।
ଅର୍ଥ
: ମଣିଷ
ଭଲ କାମ କରିଥିଲେ, ତାହାର ଶେଷ ଜୀବନ
ଭଲରେ କଟେ ଓ ସୁରୁଖୁରୁରେ ଇହଲୀଳା
ସମ୍ବରଣ କରେ । ନଚେତ ବହୁତ କଷ୍ଟ
ପାଇଁ ଜୀବନକୁ ବୋଝ ଭାବରେ ବୋହି
ଚାଲେ । ଶେଷରେ ମୃତ୍ୟୁବରଣ କରେ
। ଯେତେ ବେଳକୁ ତାହା ପ୍ରତି ସମସ୍ତେ
ବିମୁଖ ହୋଇ ସାରିଥାନ୍ତି ଓ ଭାବନ୍ତି
ଚାଲିଯାଇଛି, ଭଲ ହେଲା ।
୧୨
ଅଧର୍ମ
ବିତ୍ତ, ବଢେ଼
ବହୁତ
ଗଲା
ବେଳେ ଯାଏ ମୂଳ ସହିତ ।
ଅର୍ଥ
: ଜଣେ ଅଧର୍ମ
କରି, ଅର୍ଥାତ, ଅନ୍ୟ ଲୋକଙ୍କୁ
ଦୁଃଖ ଦେଇ ଅସତ ଉପାୟରେ ଧନ ଉପାର୍ଜନ
କଲେ, ଦିନେ ତାହା ମୂଳ ପୁଞ୍ଜି ସହ
ସବୁକିଛି ଚାଲିଯାଏ ଓ ସେ ଦାଣ୍ଡର ଭିକାରି
ହୋଇଯାଏ । ତେଣୁ କେବେ ହେଲେ ଧର୍ମକୁ
ନିଜଠାରୁ ଅଲଗା କରିବା ଉଚିତ ନୁହେଁ
।
୧୩
ଗଛ
ପଛେ କୋଚିଲା ହେଉ,
ମୂଳରେ
କାର୍ଯ୍ୟ ଥାଉ ।
ଅର୍ଥ
: ଏହା
ଏକ ପୁତ୍ର ଦ୍ୱାର ନିପିଡ଼ିତ ମା’ର
ପୁଅକୁ ଅଭିଶାପ । ତାହାର ଅର୍ଥ
ଗଛର ଫଳ ହୁଏତ କୋଚିଲା ଗଛ ଭଳି
ତିକ୍ତ ଓ ଅଦରକାରୀ ହୋଇଥାଉ, କିନ୍ତୁ
ବଞ୍ଚିକରି
ଥାଉ । ପୁଅ ମୋତେ ଯେପରି କଷ୍ଟ
ଦେଉଛି, ସେହି ଭଳି ସେ ତାହାର ପିଲାମାନଙ୍କ
ଦ୍ୱାରା ନିର୍ଯାତିତ ହେଉ । ହେଲେ
ବଞ୍ଚି କରିଥାଉ
।
୧୪
ଡର
କାହାକୁ ଭୟ କାହାକୁ
ଠାକୁରେ
ଅଛନ୍ତି ଚଉ ବାହାକୁ ।
ଅର୍ଥ
: ଭଗବାନଙ୍କ
ଉପରେ ବିଶ୍ୱାସ ରଖି ସତ୍ ପଥରେ
ଚାଲିଲେ ଅସୁବିଧା ବେଳେ ଭଗବାନ ହିଁ ସାହା ହେବେ ।
୧୫
କଥା
କହି ଜାଣିଲେ ସୁନ୍ଦର
ମଥା
ବାନ୍ଧି ଜାଣିଲେ ସୁନ୍ଦର ।
ଅର୍ଥ
: ମଣିଷ
ସବୁବେଳେ ସମସ୍ତଙ୍କ ସହିତ ମଧୁର
ବ୍ୟବହାର କରିବା ଉଚିତ ।
No comments:
Post a Comment