ଲୋକପ୍ରିୟ ପାରମ୍ପରିକ ବୈଷ୍ଣବ ଭକ୍ତି ସଙ୍ଗୀତ - ନନ୍ଦ ଉତ୍ସବ
ରଚନା - ବନମାଳୀ ଦାସ
ଗୀତ ସହିତ ଅନୁଷ୍ଠିତ ଏକ ଗୋଟିପୁଅ ନାଚର ଭିଡିଓ - https://www.youtube.com/watch?v=WdPUGk-2wZ0
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଦେଖ ଗୋ ରାଧା ମାଧବ ଚାଲି ।
ମଣି ବିମାନ ଆସେ ଝୁଲି ଝୁଲି ।୦।
ବିବିଧ ବାଜଣା ବୀର କାହାଳୀ ।
ବିଜେ କଲେ 'ଚଉଦିଗ' ଉଛୁଳି ।୧।
ସଙ୍ଗତେ ଅଛନ୍ତି ପଞ୍ଚ ସାଗର
ରାଧିକା ଦୂତିକା ମୂରଲୀଧର ।୨।
ନରେନ୍ଦ୍ର ସରକୁ କରିଣ ମନ ।
ଚାପ ଖେଳନ୍ତି ଜଗତ ମୋହନ ।୩।
ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି ।
ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇଁ ।୪।
ବି.ଦ୍ର. - ଗୀତର ଚତୁର୍ଥ ଧାଡ଼ିରେ ଚଉଦିଗ ବଦଳରେ 'ଗୋପଦାଣ୍ଡ' ମଧ୍ୟ ଠାଏଠାଏ ଶୁଣିବାକୁ ମିଳେ ।
No comments:
Post a Comment