ଦୁର୍ଗା ଦାସଙ୍କ ସ୍କୁଲ ପଢ଼ାର ଇତିବୃତ୍ତ
ଶୈଲେନ ରାଉତରାୟ
ଫଟୋ କ୍ରେଡ଼ିଟ୍ - ଶୁଭାଷୀଶ ପାଣିଗ୍ରାହୀ (ୱିକିମିଡିଆ କମନ୍ସ୍) |
ଉତ୍ତର
ବାଲେଶ୍ୱରର ଭୋଗରାଇ ଅଞ୍ଚଳର
ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା
ଦାସଙ୍କର ଜନ୍ମ ଛୋଟ ଗାଁ ତଲାଡ଼ିର
ଏକ ଦାସ କରଣ ପରିବାରରେ । ସେ ସମୟରେ
ଗାଁଟିରେ କରଣ ପାଞ୍ଚ ଘର,
ଦୁଇଟି
ପରିବାର ବ୍ରାହ୍ମଣ ଜାତିର ଆଉ
ବାକି ସମସ୍ତେ ବଣିଆ । ୧୯୨୧ ମସିହାରେ
ଦୁର୍ଗା ବାବୁଙ୍କର ଜନ୍ମ ବେଳକୁ
ସମୁଦାୟ ୩୦-୪୦ଟି
ପରିବାର ଓ ଦୁଇଶହ ଖଣ୍ଡେ ଜନସଙ୍ଖ୍ୟା
ର ଗ୍ରାମଟିଏ ଥାଏ ବଙ୍ଗ ଓଡ଼ିଶା
ସୀମାର ଗାଁ ଏଇ ତଳିଆଡ଼ି ବା ତଳାଡ଼ି
।
ଦୁର୍ଗା
ଛୋଟ ପିଲାଟିଏ ହୋଇଥିଲା ବେଳେ
ହିଁ ବାପା ତ୍ରୈଲୋକ୍ୟ ଦାସ ଆରପାରିକୁ
ଚାଲିଯାଇ ଥାଆନ୍ତି । ବଡ଼ ବାପା
କୁଶଧ୍ୱଜ ବି ଆଉ ନ ଥାଆନ୍ତି ।
ବାପା ଥିଲେ ରାଜ ବଇଦ ଓ କୁଶଧ୍ୱଜ
ଥିଲେ ଅମିନ । ଏପରି ପରିସ୍ଥିତିରେ
୧୯୩୦-୩୨
ମସିହାରେ ବଡ଼ ବାପା (କୁଶଧ୍ୱଜଙ୍କ
ପୁଅ)
ପ୍ୟାରୀମୋହନ
ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ
ଜେଲ ଚାଲି ଗଲେ । ଘରେ ଅନେକ ପିଲାପିଲି
। ସେ ସମୟରେ ଘରର ଆର୍ଥିକ ଅବସ୍ଥା
ନ କହିଲେ ଭଲ । ଦୁର୍ଗାଙ୍କ ମାଁ
ଗାଁର ଅନ୍ୟ ଲୋକଙ୍କ ଘରେ ଧାନ କୁଟି
କିଛି ଅର୍ଜନ କରନ୍ତି । ଘରେ ଖାଦ୍ୟ
ବୋଇଲେ ଖୁଦ,
କୁଣ୍ଡା
ଓ ଜାଉ ।?
ସେଇ
ଦଶ ଏଗାର ବର୍ଷ ବୟସରେ ହିଁ ଦୁର୍ଗା
ଗାଁର ପ୍ରାଥମିକ ବିଦ୍ୟାଳୟରେ
ପାଠ ପଢ଼ା ଆରମ୍ଭ କରି ଥାଆନ୍ତି
। ପରିବାରର ଅବସ୍ଥା ଦୃଷ୍ଟିରୁ
ଘରେ ରହି ପାଢ଼ ପଢ଼ିବା ଆଉ ସମ୍ଭବ
ଲାଗୁ ନ ଥାଏ । ସ୍କୁଲର ପ୍ରଧାନଶିକ୍ଷକ
ଥାଆନ୍ତି କ୍ଷେତ୍ରମୋହନ ମହାନ୍ତି
। ଅର୍ଥାତ ଜଣେ କରଣ ଜାତି ଭାଇ ।
ସେ ଗାଁ ପାଖ ମନ୍ଦାରି ଗ୍ରାମର
ମହେନ୍ଦ୍ର ସାହୁଙ୍କ ଘରେ ରହୁ
ଥାଆନ୍ତି ଆଉ ତାଙ୍କର ପୁଅକୁ ଘରେ
ପଢ଼ାଉ ଥାଆନ୍ତି । ମହାନ୍ତି କରଣେ
ଦାସେ କରଣଙ୍କୁ ନେଇ ସାହୁଙ୍କ
ଘରେ ରଖିଲେ,
ପଢ଼ିବାରେ
ସୁବିଧା ହେବ ବୋଲି । ଦୁର୍ଗା ପଢ଼ୁ
ଥାଆନ୍ତି ନିଜ ଗାଁର ପ୍ରାଥମିକ
ସ୍କୁଲରେ ହିଁ । ହେଲେ ଘରକୁ ଆସୁ
ନ ଥାଆନ୍ତି କି ଘରର କିଛି ଖବର ନ
ଥାଏ ତାଙ୍କ ପାଖରେ ।
ଯଥା
ଶୀଘ୍ର ସେଠାରୁ ପାଠ ପଢ଼ା ସରେ ।
ସେବକୁ ତାଙ୍କ ନିଜ ସାନ ପିଉସା
ସୁରେନ୍ଦ୍ରନାଥ ମହାନ୍ତି
ପ୍ରଧାନଶିକ୍ଷକ ପଦରେ ନିଯୁକ୍ତ
ଥାଆନ୍ତି ସେହି ଅଞ୍ଚଳର କଖଡ଼ା
ମଧ୍ୟ ଇଂରାଜୀ ବିଦ୍ୟାଳୟରେ ।
ତାହା ପାଖରେ ଥିବା ଝକଝକି ସ୍କୁଲର
ପ୍ରଧାନ ଶିକ୍ଷକ ଥାଆନ୍ତି ସୁରେନ୍ଦ୍ର
ବାବୁଙ୍କର ବନ୍ଧୁ ଜଣେ । ତାଙ୍କୁ
କୁହାବୋଲା କରି ପୁତୁରାଟିର ନା
ଲେଖାଯାଏ ଝକଝକି ଇସ୍କୁଲୁରେ ।
ସେତେବେଳେ ସେ ରହନ୍ତି କୃଷ୍ଣମୋହନ
ପାଳଙ୍କ ଘରେ । ସେଠି ପାଠ ସରିଲା
ପରେ ପିଉସା ତାଙ୍କୁ ଆଣନ୍ତି,
ନିଜ
ପାଖକୁ,
କଖଡ଼ାର
ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ।
ସେଠି ସେ ରହନ୍ତି କଖଡ଼ାର କାୟସ୍ଥ
ପଡ଼ାରେ,
ଜମିଦାର
ରାୟ ବାହାଦୁର ମନ୍ମଥନାଥ ବାବୁଙ୍କ
ଘରେ । କାୟସ୍ଥମାନେ ହେଲେ ବଙ୍ଗଦେଶ
ଓ ହିନ୍ଦୁସ୍ତାନର କରଣମାନଙ୍କର
ସମଧର୍ମା ଜାତିବିଶେଷ ।
ଦୁର୍ଗାଙ୍କର
୧୯୩୮ ମସିହାରେ ମଧ୍ୟ ଇଂରାଜୀ
ପାଠ ସରିବାର କିଛି ସମୟ ପରେ,
ତାଙ୍କ
ବଡ଼ ବାପା ପୁଅ ଭାଇ ପ୍ୟାରୀମୋହନ
ଗାଁକୁ ଆସନ୍ତି ବ୍ରତଘର ପାଇଁ ।
ସେତେବେଳେ ସେ ରହୁଥାଆନ୍ତି
ବାଲେଶ୍ୱରର ଚିଡ଼ିଆପୋଲ ପାଖ
ପ୍ରିୟ ସରକାରଙ୍କ ଘରେ,
ମାମା
ତୁଳସୀ ଦାସ ଘୋଷଙ୍କ ସହ । ମାମା
ତୁଳସୀ ଦାସ ଥିଲେ ପ୍ରିୟ ବାବୁଙ୍କ
ମାମୁଁ । ‘ଘୋଷ’ କାୟସ୍ଥ ଅର୍ଥାତ୍
ବଙ୍ଗାଳୀ କରଣମାନଙ୍କର ଏକ
ସାଙ୍ଗିଆ ବିଶେଷ । ବୋଇଲେ ପ୍ରିୟ
ସରକାର ମଧ୍ୟ କାୟସ୍ଥ ହିଁ ହୋଇଥିବେ
। ଅର୍ଥାତ୍ ଓଡି଼ଆ କରଣ ହାଇସ୍କୁଲ
ପାଠ ପଢ଼ିବାକୁ ବାଲେଶ୍ୱର ସହରକୁ
ଯ।ଇ ରହିଲେ ବଙ୍ଗାଳୀ କରଣଙ୍କ
ଘରେ ଚାରି ବର୍ଷ ।
ଆଜିକାଲି
ଯେତେବେଳେ ଆମେ ଉଚ୍ଚ ଜାତିର ଗରୀବ
ଲୋକେ କିପରି ନିଜ ଶିଙ୍ଘରେ ମାଟି
ତାଡ଼ି ମଣିଷ ହୋଇଚନ୍ତି ଓ ହୁଅନ୍ତି,
ସେହି
କଥନିକା ଗୁଡ଼ିକ କହୁ,
ସେତେବେଳେ
ଆମେ ଭୁଲି ଯ।ଉ ଯେ ସଙ୍ଗତିସମ୍ପନ୍ନ
ଜାତିର ସବଳମାନଙ୍କର ଶକ୍ତି ସେହି
ଜାତିର ଦୁର୍ବଳମାନଙ୍କର ମଧ୍ୟ
କାମରେ ଆସେ । ଧରନ୍ତୁ ୧୯୨୧ ମସିହାରେ
ଭୋଗରାଇରେ ଦଳିତ ଜାତିରେ ଜନ୍ମ
ଜଣେ ଭୂମିହୀନ ବା ନାମମାତ୍ର ଚାଷୀ
ପରିବାରର ପିଲାଚିଏ ଯଦି ଦୁର୍ଗା
ବାବୁଙ୍କ ଭଳି ୟାତା ଘରେ ରହି
ପଢ଼ିବାକୁ ଚାହିଁ ଥାଆନ୍ତେ,
ସେ
କଅଣ କରି ଥାଆନ୍ତେ ?
ଅତଏବ୍,
ମୂଳରୁ
ଜାତି ବ୍ୟବସ୍ଥାର ଅର୍ଥ ହିଁ ହେଲା
ସବଳର ନିଜ ସପକ୍ଷରେ ସ୍ଥାନ ସଂରକ୍ଷଣ
।
ବି.ଦ୍ର.
- ଏହି
ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟିର'ରେ ଛପାଯାଇଥିଲା । ପ୍ରବନ୍ଧଟିରେ ବ୍ୟବହୃତ ଉପାଦାନଗୁଡ଼ିକ
ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା
ଦାସଙ୍କର ଆତ୍ମଜୀବନୀ ‘ଅମୃତ
ସ୍ୱାକ୍ଷର:
ଜୀବନ-ସଙ୍ଗ୍ରାମ
ଓ ସ୍ମୃତି ଅନୁଭୂତି’ ରୁ ଆହରିତ
। ବହିଟିର ବ୍ୟବହୃତ ସଂସ୍କରଣଟି
ବାଲେଶ୍ୱରର ସୁବର୍ଣ୍ଣଶ୍ରୀ
ପ୍ରକାଶନୀ ଛାପିଥିବା ୨୦୧୨ ମସିହାର
ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି
। ବହିଟି ପ୍ରଥମେ ୧୯୮୭ ମସିହାରେ
ଛପାଯାଇଥିଲା ।
No comments:
Post a Comment