ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୪
ସଙ୍କଳନ - ସ୍ନେହଲତା ଷଡଙ୍ଗୀ
୬୬
ଚଷା
କି ଜାଣିବ ପଶାର କଥା ।
ଅର୍ଥ: ଗୋଟିଏ
ବୃତ୍ତିର ଲୋକ ଅନ୍ୟ ବୃତ୍ତିରେ
ଅଜ୍ଞ ରହିବା ।
୬୭
କାଚ
କି ଦେବ କଞ୍ଚନର ମୂଲ୍ୟ ।
ଅର୍ଥ: ବହୁତ
ଛୋଟ ଜିନିଷ ଠାରୁ ବହୁ ବଡ଼ କଥା
ଆଶା କରିବା ।
୬୮
ଘାଆଟା
କହିଥିଆ ହୋଇଯିବା ।
ଅର୍ଥ: ଯଦି
କୌଣସି ବ୍ୟକ୍ତି ସହିତ କୌଣସି
କାରଣରୁ ମନୋମାଳିନ୍ୟ ଘଟିଲା, ତେବେ
ତାହାକୁ ଆଲୋଚନା କରି
ସମାଧାନ କରି ନେବା, ନ ହେଲେ ସେ କଥାକୁ
ଭୁଲିଯିବା ଉଚିତ । ନ ହେଲେ ସେହି
କଥା ସବୁବେଳେ ତୁମ ହୃଦୟକୁ କଷ୍ଟ ଦେବ ।
୬୯
କାହିଁ
ଆକାଶ କୟାଁ,
କାହିଁ
ଚିଲିକା ମାଛ ।
ଅର୍ଥ: ପରସ୍ପର
ବିରୋଧୀ କାମକୁ ଏକାଠି କରିବାକୁ
ଚେଷ୍ଟା କରିବା ବା କହିବା ।
୭୦
ତଳେ
ଗଲେ ବାର ହାତ ।
ଅର୍ଥ
: କୌଣସି
ଅପ୍ରୀତିକର ପରିସ୍ଥିିତିକୁ
ଏଡ଼େଇବା ପାଇଁ ସମୟ ଗଡ଼େଇବା ।
No comments:
Post a Comment