ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୨
ସଙ୍କଳନ - ସ୍ନେହଲତା ଷଡଙ୍ଗୀ
ୱିକିମିଡିଆ କମନ୍ସ୍ ଚିତ୍ରକର - କାୱାନାବେ କିଓସାଇ ଚିତ୍ରଟି ୧୮୭୧ରୁ ୧୮୮୯ ମଝିରେ ଅଙ୍କିତ |
୫୬
କୂଅରେ
ବେଙ୍ଗ ପଡ଼ିଲେ
ସମସ୍ତେ
ଟେକାଏ ଟେକାଏ ମାରନ୍ତି ।
ଅର୍ଥ
: ଅସୁବିଧାରେ
ପଡ଼ିଥିବା ବ୍ୟକ୍ତିକୁ ସମସ୍ତେ
ସାହାଯ୍ୟ କରିବା ପରିବର୍ତ୍ତେ
ଅଧିକ ହଇରାଣ କରିବା ।
୫୭
ଗହମ
ଗୋଟି ଗଣିତା
ଅଟା
କିଏ ଖାଉଛି ।
ଅର୍ଥ
: ଅତ୍ୟଧିକ
ହିସାବୀ ଲୋକ ପାଖରୁ ଟଙ୍କାଟିଏ
ମଧ୍ୟ ଏପଟ ସେପଟ କରିବା ସମ୍ଭବ
ନୁହେଁ ।
୫୮
ଚାଟ
ଘର ପିଲା ଚାଟ
ବାଟ
ଘର ପିଲା ବାଟ ।
ଅର୍ଥ
: ସଂସ୍କୃତି
ସମ୍ପର୍ଣ୍ଣ ପରିବାର ପିଲା ନିଶ୍ଚୟ
ସଂସ୍କୃତି ସମ୍ପର୍ଣ୍ଣ ହେବ ଓ
ବସ୍ତି ଛୁଆର ବ୍ୟବହାରରେ ତା’ର
ପରିବାରର ଚାଲିଚଳନ ଛାପ ନିଶ୍ଚୟ
ଦେଖାଯିବ
୫୯
ବସି
ଖାଇଲେ ନଈବାଲି ସରେ ।
ଅର୍ଥ
: କୌଣସି
ଆୟର ପନ୍ଥା ନ ରଖି ଖାଲି ଖର୍ଚ୍ଚ
କରି ଚାଲିଲେ । ଯେତେ ସମ୍ପତ୍ତି
ଥିଲେ ମଧ୍ୟ ଦିନେ ନା ଦିନେ ସବୁ
ସରିଯିବ ।
୬୦
ଖାଦ୍ୟ
ନ ମିଳିଲେ
ବାଘ
କ’ଣ ଘାସ ଖାଇବ ?
No comments:
Post a Comment