କବିତା - 'ପ୍ରଭୁଙ୍କୁ ଦେଖିଲେ'
କବି - ମଧୁସୂଦନ ରାଓ
ଆଟଲାଣ୍ଟିକ ମହାସାଗରର ଦୃଶ୍ୟ (ୱିକିମିଡିଆ କମନ୍ସ୍) |
ପ୍ରଭୁଙ୍କୁ ଦେଖିଲେ ଥରେ ଆଉ ତ ନ ଛାଡ଼ିବି ରେ । (ଘୋଷା)
ପ୍ରେମବିମୋହିତ ଡୋଳେ ଅନାଇ ରହିବି ଭୋଳେ
ଭକ୍ତିଅଶ୍ରୁ ଜଳେ ଭାସି ପଦତଳେ ପଡ଼ିବି ରେ ।୧।
କହିବି କ୍ଷମାସାଗର ଦୀନ-ହୀନେ କ୍ଷମା କର
ନୋହିଲେ ଗଲିଟି ସରି ବୋଲି କର ଯୋଡ଼ିବି ରେ ।୨।
ଫିଙ୍ଗି ଦୂରେ ଅହଙ୍କାର ଶ୍ରୀପଦ କରିବି ସାର
ରଖ ରଖ ବୋଲି କୃପାସିନ୍ଧୁ ଜଣେ ବୁଡ଼ିବି ରେ ।୩।
No comments:
Post a Comment