ଓଡିଆ ଜାଉ
ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ |
ଆମେ କିଛି ଦିନ ଆଗରୁ ଖିରି କରି ଶିଖିଥିଲେ । ଆଜି
ଆସନ୍ତୁ ଦେଖିବା ଜାଉ କେମିତି କରିବା । ଜାଉ ଆଉ ଖିରି ଭିତରେ ମୂଳ ତଫାତ ଦୁଇଟି । ଖିରିର ମୂଳ
ଉପାଦାନ ଖିର । ଜାଉର ମୂଳ ଉପାଦାନ ଚାଉଳ । ଖିରିର ମିଷ୍ଟତା ମୂଳତଃ ଖିରରୁ ଆସେ । ଜାଉର ମିଷ୍ଟତା ଆସେ ମୂଳତଃ ଗୁଡରୁ।
ସାମଗ୍ରୀ
ଖିର ଅଧା ଲିଟର, ଛୋଟ ଦାନା ଅରୁଆ ଚାଉଳ ୨୦୦ ଗ୍ରାମ୍, ଗୁଡ ତିରିଶ ଗ୍ରାମ୍, ଗୁଜୁରାତି ଦଶଟା, ଅନ୍ନପୂର୍ଣ୍ଣା ପତ୍ର ବା ତେଜ ପତ୍ର ଦୁଇ କେନା, ଲୁଣ ଚିମୁଟାଏ ।
ପ୍ରଣାଳୀ
ଦୁଇଶହ ଗ୍ରାମ୍ ଚାଉଳର ଭାତ ତିଆରି କରି ରଖନ୍ତୁ ।
ବେଶୀ ନରମ କି ବେଶୀ ଟାଣ କରିବେ ନାହିଁ । ଆଲୁମିନିଅମ୍ ବାସନରେ ଖିରକୁ ବିନା ପାଣିରେ ଗ୍ୟାସ୍
ଚୁଲ୍ଲାରେ ନିଆଁରେ ବସାନ୍ତୁ । ଷ୍ଟିଲ୍ ବାସନରେ ତଳେ ଲାଗିଯିବାର ସବୁବେଳେ ଭୟ ଥାଏ । ଥରେ ଫୁଟି
ଆସିଗଲେ ଅନ୍ନପୂର୍ଣ୍ଣା ପତ୍ର ବା ତେଜ ପତ୍ର ଦେଇ
ପାଞ୍ଚ ମିନିଟି ଫୁଟାନ୍ତୁ । ତାପରେ ଖିରରେ ଭାତ ଦେଇ ଘଣ୍ଟାଏ ଧିମା ଆଞ୍ଚରେ ଫୁଟାନ୍ତୁ । ମଝିରେ
ମଝିରେ ଘାଣ୍ଟୁଥାଅନ୍ତୁ । ଖିର ଓ ଚାଉଳ ଘଣ୍ଚାଏ ଫୁଟି ସାରିଲା ପରେ, ଗୁଡ ଓ ଗୁଜୁରାତିକୁ ଛିଡାଇ
ପକାଇ ଦିଅନ୍ତୁ । ଆହୁରି ପନ୍ଦର ମିନିଟି ଖିରକୁ ଫୁଟାନ୍ତୁ । ମଝିରେ ମଝିରେ ଘାଣ୍ଟୁଥିବେ । ଏବେ
ଲୁଣ ଚିମୁଟାଏ ଖିରରେ ପକାଇ ଦିଏନ୍ତୁ । ଲୁଣ ପକାଇ ସାରିବାର ପାଞ୍ଚ ମିନିଟି ପରେ ଖିରିକୁ
ଓହ୍ଲା୍ଇ ଦିଅନ୍ତୁ ।
ବି.ଦ୍ର.
୧. ଆଲୁମିନିଅମ୍ ବାସନ ବ୍ୟବହାର କରନ୍ତୁ । କସ୍ମିନ୍
କାଳେ ଷ୍ଟିଲ୍ ବାସନ ବ୍ୟବହାର କରିବେ ନାହିଁ ।
୨. ଖିରକୁ ନିୟମିତ ଘାଣ୍ଟିବେ ।
୩. ଭାତ ଖିରରେ ପକାଇ ସାରିବା ପରେ ସବୁଠାରୁ ଧିମା
ଆଞ୍ଚରେ ସବୁବେଳେ ଖିରକୁ ଫୁଟାଇବେ ।
No comments:
Post a Comment