Living in Bhubaneswar
Saturday, May 07, 2016
ଓଡ଼ିଆ ସିନେମା ଗୀତ - 'ନାହିଁ ଭାବନାରେ' (୧୯୫୪)
ଗୀତର ୟୁଟ୍ୟୁବ୍ ଲିଙ୍କ୍ -
https://www.youtube.com/watch?v=572nTy5d_1M
ଫିଲ୍ମ୍ - କେଦାର ଗୌରୀ
ଗାୟନ - ବାଳକୃଷ୍ଣ ଦାସ
ଗୀତ - କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ସଙ୍ଗୀତ - ଭୁବନ କିଶନ
ପ୍ରଯୋଜନା - ରାଧା ପିକ୍ଚର୍ସ୍
ନାହିଁ ଭାବନାରେ ନବନବୀନା
କାହିଁ ଆଜି ଠାବ ତୋ ଭାବ ବିନା
ବନ୍ଧୁରେ ସେ ତୋର ତୁ କା'ର ସିନା
ପରମ ପୀରତି ମରଣ ଜିଣାରେ
ଅଳି ସୁମନା
ମନ ମିଳନ କେ କରିବ ମନା
ନାହିଁ ଭାବନାରେ ନବନବୀନା
ଶଶୀ ଅଙ୍କେ ଶଶ କରି ଲାଞ୍ଛନ
ଦହିଲେ ହେଲେ କି ସହୀ କାଞ୍ଚନ
ରବିକି ଘେରିଲେ ନବୀନ ଘନ
ସୁବାସ ତେଜିବ ମଧୁି ପବନ
ତୁ ମନରେ ଘେନ
ପୀରତି ମହତ ନୁହେଁ ମିଳନ
ତୁ ମନରେ ଘେନ
ପରାଣେ ପରାଣ ମିଳନ ଛନ୍ଦ
କାହୁଁ ତୁଟିବ ସେ ଅତୁଟ ବନ୍ଧ
କୁୁସୁମେ ଯେସନେ କୁସୁମ ଗନ୍ଧ
ଜନମ ମରଣ ତହିଁକି ଅନ୍ଧ
ତୋ ମନେ ବିଚାର
ଚିତା ଦହେ ସିନା ଶରୀର ଛାର
ତୋ ମନେ ବିଚାର
No comments:
Post a Comment
‹
›
Home
View web version
No comments:
Post a Comment