Living in Bhubaneswar
Saturday, May 07, 2016
ସିନେମା ଗୀତ 'ଧୀରେ ଧୀରେ ଚଳେ ରାଈ' (୧୯୫୮)
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Mnmc6rCH-1g
ଅକ୍ଷୟ ମହାନ୍ତି
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଗୀତ - କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଗାୟକ - ଅକ୍ଷୟ ମହାନ୍ତି
ସଙ୍ଗୀତ - ଭୁବନେଶ୍ୱର ମିଶ୍ର
ଫିଲ୍ମ୍ - ମା
ପ୍ରଯୋଜନା - ଚିତ୍ରମ୍
ଧୀରେ ଧୀରେ ଚଳେ ରାଈ
ବନ ରାହା ଚାହିଁ
ସାହା ଆହା କେହି ନାହିଁ ନାହିଁ ରେ
ଧୀରେ ଧୀରେ ଚଳେ ରାଈ
ବନ ରାହା ଚାହିଁ
ସାହା ଆହା କେହି ନାହିଁ ନାହିଁ ରେ
ଧାର ଧାର ନୀର ବହେ ତା'ର
ଦୂରୁ ଦୂରୁ ଛାତି
ଖୋଜେ ସେ ଯେ ସାଥୀ କାହିଁ କାହିଁ
ଦୂର ପରଦେଶୀ ମୋହନ ବଇଁଶୀ
ଦିବାନିଶି ଘୋଷି
ଦିଏ ତ ଡାକ
ରାଈ ଗୋ !
ପଛେ ଧନୀ ଧାଏଁ
ଭେଟ ତ ନ ପାଏ
କୁଳ ମାନ ହାରି
କାଳ କାଳକ
ସପନ ପହଁରେ
ଆଶା ନଈ ଧାରେ
ଚାହିଁ ଚାହିଁ
ଧୀରେ ଧୀରେ ଚଳେ ରାଈ
ବନ ରାହା ଚାହିଁ
ସାହା ଆହା କେହି ନାହିଁ ନାହିଁ ରେ
ଚଲାପଟେ ତା'ର ଭୂଇଁଫଟା ଗାର
ପାଦ ଥର ଥର ନାଇଁ ତ ଛାଇ
ରାଈ ଗୋ !
ଚାତକୀ ସରି ସେ
ଅନାଏ ଆକାଶେ
ଦୂରୁ ଦିନେ ବାରି ଟୋପାଏ ପାଇଁ
କରୁଣା ଦୁଆରେ
ସେ ଯେ ଘୂରି ଫେରେ ଗାଇ ଗାଇ
ଧୀରେ ଧୀରେ ଚଳେ ରାଈ
ବନ ରାହା ଚାହିଁ
ସାହା ଆହା କେହି ନାହିଁ ନାହିଁ ରେ
No comments:
Post a Comment
‹
›
Home
View web version
No comments:
Post a Comment