Living in Bhubaneswar
Friday, May 13, 2016
ଓଡ଼ିଆ ସିନେମା ଗୀତ - 'ବେଦନା ସାଗର ତୀରେ' (୧୯୫୮)
ଗୀତର - ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=ThWcBBoD8gc
ଗୀତ - ଗୁରୁକୃଷ୍ଣ ଗୋସ୍ୱାମୀ
ଗାୟନ - ପ୍ରଣବକିଶୋର ପଟ୍ଟନାୟକ
ସଙ୍ଗୀତ - ଭୁବନେଶ୍ୱର ମିଶ୍ର
ଫିଲ୍ମ୍ - ମା
ପ୍ରଯୋଜନା - ଚିତ୍ରମ୍
ଗୀତର ଗାୟକ - ପ୍ରଣବକିଶୋର ପଟ୍ଟନାୟକ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ବେଦନା ସାଗର ତୀରେ
ସାଗର ତୀରେ
ଉଦାସୀ ମୁଁ ବଇଁଶୀ ସୁର ମମ ଝରି
ଉଦାସୀ ମୁଁ ବଇଁଶୀ ସୁର ମମ ଝରି
ଅନ୍ତରେ ଆସେ ହାୟ
ବାରେ ବାରେ ଫେରି
ଉଦାସୀ ମୁଁ ବଇଁଶୀ
ଝରିଯାଏ ଯେ ଫୁଲେ କିଏ ତା'ର ମୂଲ
ଦିଏ ଗୋ ଜଗତ
ଜଳିଯାଏ ଯେ ଧୂପ ଅବଶେଷ ତା'ର
କିଏ ଗୋ ସାଇତେ
ଧୂପ ମୁଁ ଯାଇଛି ଜଳି
ଖୋଜି ସମବେଦନା
ହାରି ଦେଲି ସିନା
ଯା' ଥିଲା ଜୀବନେ
ବେଳା ବୁକେ ଲହରୀ
ସବୁ ଦେଇ ହାରି ଫେରଇ ଯେସନେ
ନିରାଶେ ମୁଁ ଯିବି ଫେରି ।
No comments:
Post a Comment
‹
›
Home
View web version
No comments:
Post a Comment