Living in Bhubaneswar

Saturday, March 19, 2016

ଜଗନ୍ନାଥ ଭଜନ - ମଣି ବିମାନେ ଗୋବିନ୍ଦ  


କବି - ବନମାଳୀ ଦାସ


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Chq4mEU_lPM



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 
ମଣି ବିମାନେ ଗୋବିନ୍ଦ ।
ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ ।।

ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ ।
ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ ।୧।

ସଙ୍ଗରେ ପଞ୍ଚପାଣ୍ଡବ ଲଭନ୍ତି ଆନନ୍ଦ ।
ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛନ୍ଦ ।୨।

ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ ।
କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ ।୩।

ବଡ଼ଦାଣ୍ଡ ଉଛୁଳଇ ଗହଗହ ନାଦ ।
ଶଙ୍ଖଭେରୀ ତୂରୀ ଘଣ୍ଟା କାହାଳି ଶବଦ ।୪।

ବୋଲେ ବନମାଳୀ ଧ୍ୟାୟୀ ଚରଣାରବିନ୍ଦ ।
ଚାପକୁ ବିଜୟେ ଆହା ଗୋପୀ-ହୃଦ-ଚାନ୍ଦ ।୫। 
livinginbhubaneswar at 19:52
Share

No comments:

Post a Comment

‹
›
Home
View web version

About Me

My photo
livinginbhubaneswar
"Living in Bhubaneswar' (LIB) is a blog run by 'Centre for Human Sciences Bhubaneswar' (CHSB), a Trust. The Centre's aims include archiving the socio-cultural heritage of Odisha. "Living in Bhubaneswar" is a part of CHSB's work on contributing towards developing digital interfaces for Odia language. LIB covers topics related to the human sciences, the spiritual heritage of Odisha and India, Odia books, Odia food cultures, quotidian life in Odisha's cities, Odia popular culture, contemporary history of Odisha, and everything in between. Stay tuned.
View my complete profile
Powered by Blogger.