Living in Bhubaneswar
Friday, September 18, 2015
ସନ୍ଥ କବି ଭୀମ ଭୋଇ ଭଜନ - ସମର୍ପି ଦେଲି ପାଇଲ ସର୍ବ
ଗାୟକ - ଅକ୍ଷୟ ମହାନ୍ତି
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=2sm3ABwysyQ&list=PLUSRfoOcUe4b4SWkWs0HW-Xccxg1tf4Zh&index=5
ଫଟେ କ୍ରେଡିଟ୍ - www.mahimadharma.com
ସମର୍ପି ଦେଲି ପାଇଲ ସର୍ବ
ବୁଝ ନ ବୁଝ ସ୍ୱାମୀ ଗୁରୁଦେବ
ସମର୍ପି ଦେଲି ପାଇଲ ସର୍ବ ।୧।
ଚିନ୍ତା ଅର୍ଥ ବାଡି ବୃତ୍ତିି ସ୍ୱଭାବ
କର୍ମ ଧର୍ମ ସତ୍ୟ ସୁକୃତ ମାର୍ଗ
ପିଣ୍ଡ ପ୍ରାଣ ବାନା ପାଣି ଯେ ଭୋଗ
ଲଲାଟ ପଟେ ଯାହା ଲେଖା ଯୋଗ
ସମର୍ପି ଦେଲି ପାଇଲ ସର୍ବ ।୨।
ସଦା ଅପରାଧୀ ଅଟଇ ଜୀବ
ନାମ ଭଜିବାକୁ ନାହିଁ ମୋ ଭାଗ୍ୟ
ଭସୁଅଛି ମୁଁ ଜଳ ଭବାର୍ଣବ
ଗୁରୁ ପାଦବିନ୍ଦ ଅଟଇ ନାବ ।
ସମର୍ପି ଦେଲି ପାଇଲ ସର୍ବ ।୩।
ସ୍ଥିତି ବସ୍ତୁ ଯାହା ଦେଇଛ ଠାବ
ଧନ ଦାରା ସୁତ ସଂସାର ଭାବ
ଆୟ ଅଳଙ୍କାର ଶୋଭା ସୁଲଭ
ଦାନ ଦେଲି ନିଅ ଗୁରୁଦେବ ।
ସମର୍ପି ଦେଲି ପାଇଲ ସର୍ବ ।୪।
ଗୁରୁ ସ୍ୱାମୀ ଯେବେ କୃପା ନୋହିବ
ଏଠାରୁ ସର୍ବ ବିଭୂତି ସରିବ
ଜଗତରେ ଅପଖ୍ୟାତି ଶୁଭିବ
ଭଣେ ଭୀମ ଭୋଇ ବାନା ବୁଡିବ
ସମର୍ପି ଦେଲି ପାଇଲ ସର୍ବ
ସମର୍ପି ଦେଲି ପାଇଲ ସର୍ବ ।୫।
No comments:
Post a Comment
‹
›
Home
View web version
No comments:
Post a Comment