Living in Bhubaneswar
Thursday, September 17, 2015
ଭଜନ -
'
ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
'
କବି - ଭୀମ ଭୋଇ
ଗାୟକ - ଅକ୍ଷୟ ମହାନ୍ତି
ୟୁଟ୍ୟୁବ୍ ଲିଙ୍କ୍ -
https://www.youtube.com/watch?v=lTfuEHq4rCY&list=PLUSRfoOcUe4b4SWkWs0HW-Xccxg1tf4Zh&index=3
ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
ଭାଗ୍ୟ ଥିଲେ ଧର ଧର
ଖଣ୍ଡିବ କାଳ ବିପତ୍ତି ପରମାଦ ହେ
ଭାଗ୍ୟ ଥିଲେ ଧର ଧର ।୧।
କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ
ଛେଦି ହୋଇବ ଉଶ୍ୱାସ ଅପରାଧ ହେ ।
ଭାଗ୍ୟ ଥିଲେ ଧର ଧର ।୨।
ପାପ ପୋଡିବ ବ୍ରହ୍ମରେ ନାମ ଅଲେଖ ଧର୍ମରେ
ଭଜ ସାତ୍ତ୍ୱିକ କର୍ମରେ ନିରିବେଦ ହେ ।
ଭାଗ୍ୟ ଥିଲେ ଧର ଧର ।୩।
ସତ୍ୟ ଅଟେ ଏ ଦୁଆର ମନେ ଅପ୍ରତେ ନକର
ପଶ୍ଚାତେ ହେବ ଅସାର ପରମାଦ ହେ ।
ଭାଗ୍ୟ ଥିଲେ ଧର ଧର ।୪।
ଓମ୍କାର ପରମ ପଦୁଁ ପିଅ ମକରନ୍ଦ ମଧୁ
କହେ ଭୀମ ଅରକ୍ଷିତ ଅତି ସ୍ୱାଦ ହେ ।
ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
ଭାଗ୍ୟ ଥିଲେ ଧର ଧର ।୫।
No comments:
Post a Comment
‹
›
Home
View web version
No comments:
Post a Comment