ବନମାଳୀ ଦାସ କୃତ ଭଜନ - ଜଗବନ୍ଧୁ ହେ ତୁମ୍ଭେ ପତିତପାବନ
ଗାୟକ - ବାଳକୃଷ୍ଣ ଦାସ
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=VRCqGfXhFCA
କାଠମାଂଡ଼ୁର ଏକ ଜଗନ୍ନାଥ ମନ୍ଦିର (ୱିକିମିଡିଆ କମନ୍ସ୍) |
ଜଗବନ୍ଧୁ ହେ ! ତୁମ୍ଭେ ପତିତପାବନ, ଜାଣି ସ୍ଥିର ଥିଲା ମନ ।
ମୋହ ନଷ୍ଟ ଟିତ୍ତେ ଚିନ୍ତି କମ୍ପେ ଅପଘନ ।ଘୋଷା ।
ସଙ୍କେତରେ ତୁମ୍ଭ ନାମ କହି ନାହିଁ ଦିନେ ।
ଶୁଣି ନାହିଁ ଶ୍ରଦ୍ଧା ବହି ତୁମ୍ଭ କଥା କାନେ ।୧।
ନ ଦେଖଇ ଆପଣଙ୍କ ଶ୍ରୀମୂର୍ତ୍ତି ପ୍ରୀତିରେ ।
ନ ବସଇ କ୍ଷଣେ ସାଧୁବୃନ୍ଦ ସଙ୍ଗତରେ ।୨।
ପାତକ ଅର୍ଜନେ ମୁହିଁ ଅଟେ ଧୂରନ୍ଧର ।
ମୋତେ ଚାହିଁ ତୁମ୍ଭ ନାମ ନ ସ୍ମରନ୍ତି ନର ।୩।
କୁମ୍ଭୀପାକେ ରବ ଅବା ଜମ୍ଭଭେଦୀ ପାଶେ ।
ସୁଖ ଦୁଃଖକୁ ମୋହର ଭୟ ନାହିଁ ଲେଶେ ।୪।
କେବଳ ତୁମ୍ଭ ସ୍ମରଣ ପାଶୋରିବି ନାହିଁ ।
ବନମାଳୀ ମାଗେ ଏବେ ଦନ୍ତେ ତୃଣ ଦେଇ ।୫।
No comments:
Post a Comment