Living in Bhubaneswar
Thursday, November 23, 2017
ପତିତ ଜନଙ୍କୁ ଉଦ୍ଧାରିବା ପାଇଁ
କବି - ନିତ୍ୟାନନ୍ଦ ଦାସ
ଗାୟକ - ନିମାଇଁଚରଣ ହରିଚନ୍ଦନ
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=mB6vjUNO0IM
ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଉଡାଉଅଛ ପତାକା
ବାହୁ ଟେକି ତୁମେ ବସି ଚାହୁଁ ଚାହୁଁ ବିପତ୍ତି ପଡୁଛି ଡକା
ମହାପ୍ରଭୁ ହେ ।
ନାଶ ଗଲେ ତୁମେ ପଛେ କି କରିବ କରୁଣା ଭଣ୍ଡାର ଫେଇ
ଦୁଃଖୀ ଗଲେ ନାଶ ଅର୍ଜିବ କେ ଯଶ ପଛେ ଚଉବର୍ଗ ଦେଇ
ମହାପ୍ରଭୁ ହେ । ଘୋଷା।
ଘୋର ନବଘନ ଥାଉ ଯେବେ ଦୀନ ଚାତକ ଜୀବନ ହରାଇବ
ସମୁଦ୍ରେ ବରଷି ଘୋର ଜଳରାଶି ଚାତକବନ୍ଧୁ କି ବୋଲାଇବ ।୧।
ମାଳତୀ ବକୁଳ ବିକଚ କମଳ ବନ ଥିବ ଅଳି ଯେବେ ମରି,
ପୂର୍ଣ୍ଣ ସୁଧାକର ଅନାଇଁ ଚକୋର ମାଳିକା ଯେବେ ମରିବେ ଝୁରି ।୨।
କଳ୍ପଲତା ତଳେ ଥାଇ ମୁଁ ଯେ ଫଳେ ନିରାଶ ହୋଇବା କେଡ଼େ ଲାଜ,
ରତ୍ନାକର ହୋଇ ରତ୍ନରଙ୍କ ଯହିଁ ଏ କଥା କେମନ୍ତେ ଦେବରାଜ ।୩।
ଥାଉଁ ଗଙ୍ଗା କୂଳେ ପରାଣ ବିକଳେ ତୃଷାରେ ଯେବେ ହାରିବ ପ୍ରାଣ
ଦିନମଣି ଥିବ ଅନ୍ଧାର ହୋଇବ ଏ କଥା ପ୍ରଭୁ ମନକୁ ଆଣ ।୪।
ସାମନ୍ତ ଯେ ଚତୁବର୍ଗ ଅଧିକାରୀ ଲକ୍ଷ୍ମୀ ପରିଚାରି ଥିବୋ ହୋଇ
ଏମନ୍ତ ସାମନ୍ତ ଆଶ୍ରା କରି ଭୃତ୍ୟ ଭିକ୍ଷା ମାଗୁଥିବ ଦୁଃଖ ପାଇ ।୫।
ଏଥୁ ଅଧିକ କି ଅଛି ଲୋକହସା ଆଉ କି ରହିଲା ପ୍ରଭୁ ଆଣି
ଝମକିଲା ସିଂହ ପ୍ରାୟେ ଝମକିବା ବିଅର୍ଥ ଧରିବା ଚକ୍ରପାଣି ।୬।
ଦୀନବନ୍ଧୁ ବୋଲି ନାମ ଯେ ବହିଛ ଏହା ନ ଚେତ କି ଭାବଗ୍ରାହୀ
ଏ ନାମ ଏବେ ଏଣିକି ନ ବହିବ ଚକ୍ର ପରୁ ନେତ ଥୁଅ ନେଇ ।୭।
ତେବେ ତୁମ୍ଭଙ୍କୁ କେ କାହିଁକି କହିବ କର୍ମ ଆଦରି ସହିବ ଦୁଃଖ
ନିରାଶ ଜଳଧି ତୁମ୍ଭ ନାମ ସିଦ୍ଧି ଜଗତରେ ବାଜିଯିବ ଡାକ ।୮।
ଆଉ ଭୁବନରେ ଠାକୁର ଖୋଜିବା ତୁମ୍ଭ ପରି କେହି ଥିଲେ ଜଣେ,
ଦୁଃଖି ଲୋକଙ୍କର ଦୁଃଖ ହରୁଥିବେ କୃପା ବିଲୋକନ-ନେତ୍ର-କୋଣେ ।୯।
ସୁଦର୍ଶନ ନାମେ ଚକ୍ର ବହିଥିବେ ଟେକି ବାହୁରେ ଦକ୍ଷିଣ କରେ,
କହେ ନିତ୍ୟାନନ୍ଦ ଅପରାଧୀ ମନ୍ଦ ମୋହର ଶରଣ ତାଙ୍କ ଠାରେ ।୧୦।
No comments:
Post a Comment
‹
›
Home
View web version
No comments:
Post a Comment