Living in Bhubaneswar
Friday, August 04, 2017
ଓଡ଼ିଆ ସିନେମା ଗୀତ - 'ଲିଭି ଲିଭି ଯାଏ'
ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=aGqkhhv51J0
ଚିତ୍ର - କ୍ରିଏସନ୍ ଅଫ୍ ଲାଇଟ୍
ଚିତ୍ରକର - ଫରାସୀ କଳାକାର ଗୁସ୍ତାଭ୍ ଦୋରେ (୧୮୩୨-୧୮୮୩)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - କା (୧୯୬୬)
ସଙ୍ଗୀତ - ଶ୍ରୀକୁମାର
ଗୀତ - ସାରଦା ପ୍ରସନ୍ନ ନାୟକ
ଗାୟନ - ସନ୍ଧ୍ୟା ମୁଖାର୍ଜୀ
ଲିଭିଲିଭି ଯାଏ ଆଖି ଲୁହ ଧାର
କାନ୍ଦିକାନ୍ଦି ମରେ ସାହା କାହିଁ ମୋର
ଲିଭିଲିଭି ଯାଏ ଆଖି ଲୁହ ଧାର
କାନ୍ଦିକାନ୍ଦି ମରେ ସାହା କାହିଁ ମୋର
ମୋ ଜୀବନେ ମୋ ସପନେ ଆସିଛି ଅନ୍ଧାର
ଆସିଛି ଅନ୍ଧାର
ମୋ କରମେ ମୋ ମରମେ କେତେ ହାହାକାର
କୁହ ! ସାହା କିଏ ମୋର
ଲିଭିଲିଭି ଯାଏ ଆଖି ଲୁହ ଧାର
କାନ୍ଦିକାନ୍ଦି ମରେ ସାହା କାହିଁ ମୋର
ହେ ଆକାଶ ହେ ବତାସ ଶୁଣ ମୋର କଥା
ଶୁଣ ମୋର କଥା
ହେ ଦେବତା ହେ ପାଷାଣ ବୁଝିଲନି ବ୍ୟଥା
କୁହ ସାହା କାହିଁ ମୋର
ଲିଭିଲିଭି ଯାଏ ଆଖି ଲୁହ ଧାର
କାନ୍ଦିକାନ୍ଦି ମରେ ସାହା କାହିଁ ମୋର
No comments:
Post a Comment
‹
›
Home
View web version
No comments:
Post a Comment