Living in Bhubaneswar
Monday, July 10, 2017
ଓଡ଼ିଆ ସିନେମା ଗୀତ - 'ତୁମେ ଜାଣନା ଜାଣନା'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=TA5OgTv65aU
'କା' ଚଳଚିତ୍ରର ପ୍ରଚାର ସାମଗ୍ରୀ
ଚଳଚିତ୍ର - କା (୧୯୬୬)
ସଙ୍ଗୀତ - ଶ୍ରୀକୁମାର
ଗୀତ - ଦେବଦାସ ଛୋଟରାୟ
ଗାୟନ - ପ୍ରଣବ ପଟ୍ଟନାୟକ ଓ ନିର୍ମଳା ମିଶ୍ର
ତୁମେ ଜାଣନା ଜାଣନା ମୁଁ ଜାଣେନା
କେମିତି ଏତେ ସପନ
ତୁମ ଆଖିରେ ଆଖିରେ ମୋ ଆଖିରେ ଥିଲା ଗୋ ହୋଇ ମଉନ
ତୁମେ ଜାଣନା ଜାଣନା ମୁଁ ଜାଣେନା କେମିତି ଏତେ ସପନ
ତୁମ ଆଖିରେ ଆଖିରେ ମୋ ଆଖିରେ ଥିଲା ଗୋ ହୋଇ ମଉନ
ତୁମେ ଜାଣନା ଜାଣନା ମୁଁ ଜାଣେନା
ଏ ସାରା ଜୀବନେ ଯଦି ମିଳେ ତୁମ ଛାଇ
ମୋ ଲାଗି ସରଗ ହେବ ଏଇ ବନଭୂଇଁ
ତୁମ ପୀରତିର ସତେ ନାହିଁ ଗୋ ତୁଳନା
ତୁମେ ଜାଣନା ଜାଣନା
ମୁଁ ଜାଣେନା
କେମିତି ଏଇ ପବନ
ତୁମ ଛାତିରେ ଛାତିରେ
ମୋ ଛାତିରେ
ଜଗାଏ ନୂଆ ଜୀବନ
ତୁମେ ଜାଣନା ଜାଣନା ମୁଁ ଜାଣେନା
ସରମ ସରମ ତୁମ ଆଖି କଥା କହେ
ନରମ ନରମ ହସେ ଫୁଲ ଫୁଟି ଯାଏ
ମୁଁ ହେବି ତୁମ ଲାଗି ନୀଶିଥ ଜୋଛନା
ତୁମେ ଜାଣନା ଜାଣନା
ମୁଁ ଜାଣେନା
କେମିତି ଏଇ ଲଗନ
ଆଜି କୁହନା କୁହନା
ତୁମେ କୁହନା
ମଧୁର ଆମ ମିଳନ
ତୁମେ ଜାଣନା ଜାଣନା ମୁଁ ଜାଣେନା
No comments:
Post a Comment
‹
›
Home
View web version
No comments:
Post a Comment