Living in Bhubaneswar
Wednesday, July 05, 2017
ଓଡ଼ିଆ ସିନେମା ଗୀତ - 'ରକତ ଟଳମଳ'
ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=pmPq8SaR4bI
ଇତାଲୀୟ ପାଚେରୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ମଲାଜହ୍ନ (୧୯୬୫)
ସଙ୍ଗୀତ ଓ କଣ୍ଠ - ଅକ୍ଷୟ ମହାନ୍ତି
ଗୀତ - ବିନୋଦିନୀ ଦେବୀ
ପ୍ରଯୋଜନା - ଶ୍ରୀ ଫିଲ୍ମସ୍
ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ
ତୁ ହୋଇଲୁ ରାଜରାଣୀ ମୁଁ ହୋଇଲି ଯୋଗୀ
ଜୀବନ ବିଅର୍ଥ ହେଲା ହୋଇ ତୋର ଅନୁରାଗୀ
ତୋ ଲାଗି ସାହାଡ଼ା ଲୋ ଆଣିଲି ଯେ ଗୁଞ୍ଜମାଳି
କଳାମେଘି ପାଟ ଆଉ ଚନ୍ଦର ବାଉଳି
ତୋତେ ନ ଦେଖି ସାହାଡ଼ା ଲୋ ସବୁ ତିଆଗିଲି
ଯାହା ଆଣିଥିଲି ସବୁ ଥାଳେ ମଣ୍ଡାଇଲି
ବାତୁଳ ପ୍ରାୟେ ଖୋଜିଲି ଆକାଶ ବତାସ ଜଳ
କହଲୋ ସାଧବାଣୀ ଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ
ତୋ ପାଇଁ ଖୋଳାଇଲି ବେଣ୍ଟ ଯେ ପୋଖରୀ
ଚଉକତି ଘେରାଇଲି ମେଘନାଦ ପାଚେରି
ହାଟଘାଟ ଜୁର କଲି ଚଉଁରୀ ଭିତରେ
ବିଦେଶ ଗଲି ସିନା ପରାଣ ତୋ କତିରେ
ରଜାପୁଅ କଲା ଚୋରି
ରଜାପୁଅ କଲା ଚୋରି ତୋ ରୂପରେ ହୋଇ ଭୋଳ
କହଲୋ ସାଧବାଣୀ ଏ କେଉଁ ଦେଶ ଫଳ
ରକତ ଟଳମଳ ଖଇର ପାଞ୍ଚ ପଳ
କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ
No comments:
Post a Comment
‹
›
Home
View web version
No comments:
Post a Comment