Living in Bhubaneswar
Tuesday, July 18, 2017
ଓଡ଼ିଆ ସିନେମା ଗୀତ - 'ଅଦିନ ବଉଦ ଅଦିନ କୁହୁଡ଼ି'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=AMBwKwtXmn4
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - କା (୧୯୬୬)
ସଙ୍ଗୀତ - ଶ୍ରୀକୁମାର
ଗୀତ - ସାରଦା ପ୍ରସନ୍ନ ନାୟକ
ଗାୟନ - ଅକ୍ଷୟ ମହାନ୍ତି
ଅଦିନ ବଉଦ ଅଦିନ କୁହୁଡ଼ି ପଲକେ ଉଭେଇ ଯାଏ
ପଲକେ ଉଭେଇ ଯାଏ
ଅଦିନ ବଉଦ ଅଦିନ କୁହୁଡ଼ି ପଲକେ ଉଭେଇ ଯାଏ
ହାୟ
ପଲକେ ଉଭେଇ ଯାଏ
ଯେତେ ପରକାରେ ବୁଝେଇ କହିଲେ ପରକି ଆପଣା ହୁଏ
ହାୟ
ପରକି ଆପଣା ହୁଏ
ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ ମନ ପୋଡ଼ିଗଲେ ଜାଣେ ଖାଲି ମନ
ପେଟବଥା କଥା ପେଟବଥା କଥା ଜାଣିବ କି ପିଠି
ଶୁଖିଗଲେ ଜଳ ଛଟପଟ ମୀନ
ମନ ଭାବେ ଆନ ସବୁ ହୁଏ ଆନ ମରମ କଥାଟି କହେ
ହାୟ
ମରମ କଥାଟି କହେ
ବାଆ କଲେ ବସା ଦୋହଲୁଥାଏ ଯେ ବାଇଆର କିସ ଆସେ କିବା ଯାଏ
ହେଲେ ଏ ବାଇଆ ମଣିଷଟାଏ ତ ରକତ ମାଉଁସ ଶରୀର କି ସହେ
ମନରେ ବାହୁନି ମୁହଁରେ ହସାଏ ମରମ କଥାଟି କହେ
ହାୟ
ମରମ କଥାଟି କହେ
ଅଦିନ ବଉଦ ଅଦିନ କୁହୁଡ଼ି ପଲକେ ଉଭେଇ ଯାଏ
ହାୟ
ପଲକେ ଉଭେଇ ଯାଏ
ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ ମନ ପୋଡ଼ିଗଲେ ଜାଣେ ଖାଲି ମନ
ପେଟବଥା କଥା ପେଟବଥା କଥା ଜାଣିବ କି ପିଠି
ଶୁଖିଗଲେ ଜଳ ଛଟପଟ ମୀନ
No comments:
Post a Comment
‹
›
Home
View web version
No comments:
Post a Comment