Living in Bhubaneswar
Friday, June 23, 2017
ଓଡ଼ିଆ ସିନେମା ଗୀତ - 'ମୋ' ନାଁ ଟି ମୋ' ନାଁ ଟି'
ଗୀତର ୟୁଟ୍ୟୁବ ଲିଙ୍କ -
https://www.youtube.com/watch?v=KwjVc1gaDqA
ଚଳଚିତ୍ର - ମଲାଜହ୍ନ (୧୯୬୫)
ସଙ୍ଗୀତ - ଅକ୍ଷୟ ମହାନ୍ତି
ଗୀତ - ବିନୋଦିନୀ ଦେବୀ
କଣ୍ଠ - ନନ୍ଦିତା ଘୋଷ
ପ୍ରଯୋଜନା - ଶ୍ରୀ ଫିଲ୍ମସ୍
ମୋ' ନାଁ ଟି ମୋ' ନାଁ ଟି
ମୋ' ନାଁ ଟି ମୋ' ନାଁ ଟି
ଜନମକାଳେ ଏନ୍ତୁଡ଼ିଶାଳେ
ମାଆ ଦେଇଥିଲେ କୁଆଁରୀ ଶଶୀ
ଅଲିଅଳି ଜେମା ସୁନା ପ୍ରତିମା
ଆଉ ପାହାନ୍ତି ପହର କୁଆଁତାରାଟି
ପାହାନ୍ତି ପହର କୁଆଁତାରାଟି
ମୋ' ନାଁ ଟି ମୋ'
ମୋ' ନାଁ ଟି ମୋ' ନାଁ ଟି
ମୋ' ନାଁ ଟି ମୋ' ନାଁ ଟି
ଆଦର କରି ସେନେହ ଭରି
ବାପା ଦେଲେ ସୀତା ଗୀତା ଗାୟତ୍ରୀ
ସତୀ ସାବିତ୍ରୀ ସୁଗୁଣବତୀ
ଆଉ ଯୋଜନଗନ୍ଧା କନକଗାତ୍ରୀ
ଯୋଜନଗନ୍ଧା କନକଗାତ୍ରୀ
ମୋ' ନାଁ ଟି ମୋ
ମୋ' ନାଁ ଟି ମୋ' ନାଁ ଟି
ମୋ' ନାଁ ଟି ମୋ' ନାଁ ଟି
ଝରା ହସରେ ପରିହାସରେ
ଜେଜେ ଦେଇଥିଲେ ବୁଲିବାଉତୀ
କୁନ୍ଦ ମରୁଆ ମୋ' ଗୁଞ୍ଜଫରୁଆ
ଆଉ ଯୁବାମନଭୁଲା ରସିକା ଟୋକି
ଯୁବାମନଭୁଲା ରସିକା ଟୋକି
ମୋ' ନାଁ ଟି ମୋ' ନାଁ ଟି
ମୋ' ନାଁ ଟି ମୋ'
No comments:
Post a Comment
‹
›
Home
View web version
No comments:
Post a Comment