Living in Bhubaneswar
Tuesday, June 06, 2017
'ଯୁଗଳ ମିଳନ' ବା 'ଶ୍ରୀମତି ଶ୍ରୀପତି ବୃନ୍ଦାବନେ କେଳି'
(ରାଗ - କାମୋଦ, ତାଳ - ଆଦି)
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=gBjX0xlENaY
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଲେଖନ - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ଗାୟନ - ନିର୍ମଳା ମିଶ୍ର
ଶ୍ରୀମତି ଶ୍ରୀପତି ବୃନ୍ଦାବନେ କେଳି ରଚିଲେ (ଘୋଷା) ।
ବୃନ୍ଦାବନ ଶୋଭା ତରୁ
ତରୁ ତଳେ କଳ୍ପତରୁ
ତରୁଣୀ ରତନ ତରୁ
ତରଳାକ୍ଷୀ ମାତିଲେ ।୧।
ସାରଙ୍ଗ ରଦ ପଲଙ୍କେ
ସାରଙ୍ଗ ପଙ୍କିଳ ପଙ୍କେ
ସାରଙ୍ଗ ମୁଖୀ ସାରଙ୍ଗ
ସାରଙ୍ଗରେ ମାତିଲେ ।୨।
କମଳ ବେଶେ କମଳ
କମଳେ କମଳ ମାଳ
କମଳ ମୁୁଖୀ କମଳ
କମଳରେ ମାତିଲେ ।୩।
ହରି ପରେ କରୀ ଘେନି
ହରଷେ ମୃଗଲୋଚନୀ
ହରି ରିପୁ ରିପୁହର
ହରସେବା ବାଞ୍ଛିଲେ ।୪।
ଅଶେଷ ରସରେ ରସି
ରସାଇ ରସିକା ରସି
ହରଷରେ ରସି ରସେ
ଉପଇନ୍ଦ୍ର ଭାଷିଲେ ।୫।
No comments:
Post a Comment
‹
›
Home
View web version
No comments:
Post a Comment