Living in Bhubaneswar
Sunday, June 04, 2017
ଓଡ଼ିଆ ସିନେମା ଗୀତ - 'ତୁଚ୍ଛାକୁ ମହୁ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=Vtwt05BsPRU
ଚଳଚିତ୍ର - ମଲାଜହ୍ନ (୧୯୬୫)
ସଙ୍ଗୀତ - ଅକ୍ଷୟ ମହାନ୍ତି
ଗୀତ - ବିନୋଦିନୀ ଦେବୀ
କଣ୍ଠ - କଲ୍ୟାଣୀ ଭଟ୍ଟାଚାର୍ଯ୍ୟ
ପ୍ରଯୋଜନା - ଶ୍ରୀ ଫିଲ୍ମସ୍
ତୁଚ୍ଛାକୁ ମହୁ
ଗୁଡ଼ ପଡ଼ିଲେ କି ରହିବ ଆଉ
ସରୁ ଓଢ଼ଣାରେ କଣେଇ ଚାହାଣି
ସୁନ୍ଦର ମାନିବ ସାଜିଲେ ବୋହୂ
ତୁଚ୍ଛାକୁ ମହୁ
ଝୁଣ୍ଟିଆକୁ ଚୁଡ଼ି ଝମର ଝମର ଉଛୁଳି ପଡ଼ିବ ଘର
ମନ ମାନିଲା ତ ପାଇଲୁ ଏଥର ଚନ୍ଦ୍ରଉଦିଆ ବର
କଥା ଶୁଣୁଶୁଣୁ ନାଲି ପଡ଼ିଲୁଣି
ଛାତି ତଳେ ସତେ ଲାଗିଲା ଚାଉଁ
ତୁଚ୍ଛାକୁ ମହୁ
ଭାତ ଫୁଟୁଥିବ ଟବର ଟବର ପିଞ୍ଛ ପଡ଼ୁଥିବ ଡେଇଁ
ଜାଳୁଜାଳୁ ଚୁଲି ଭୁଲି ତୁ ଜାଳିବୁ କାନି ଆନମନା ହୋଇ
ନୂଆ ଘରଣୀ ତ ମନ ଉଚ୍ଚାଟିଆ
ଅଳପ ଅଳପ ଉଛୁର ହେଉ
ତୁଚ୍ଛାକୁ ମହୁ
ମନାସୁଥିଲୁ ଯା' ପାଇଲୁ ସତେ କି ଚାହିଁଥିଲୁ ଯାର ବା'ଟ
ପାସୋରିବୁ ନାହିଁ ମନରୁ ମତେ ତୁ ପିନ୍ଧିଲେ ବଉଳ ପାଟ
ଆ' ସାଜି ଦିଏଁ ମଥାରେ ସିନ୍ଦୂର
ଚାନ୍ଦକଳା ଶିରୀ ସେତିକି ଥାଉ
ତୁଚ୍ଛାକୁ ମହୁ
ଗୁଡ଼ ପଡ଼ିଲେ କି ରହିବ ଆଉ ।
No comments:
Post a Comment
‹
›
Home
View web version
No comments:
Post a Comment