Living in Bhubaneswar
Friday, April 07, 2017
ଓଡ଼ିଆ ସିନେମା ଗୀତ - 'ଅଭିମାନିନୀ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=vAITY1w30Ro
ଅରୁନ୍ଧତି ଚଳଚିତ୍ରର ନାୟକ ଶ୍ରୀ ଶରତ ପୂଜାରୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ଅରୁନ୍ଧତି (୧୯୬୮)
ସଙ୍ଗୀତ - ଶାନ୍ତନୁ ମହାପାତ୍ର
ଗୀତ - ନରସିଂହ ମହାପାତ୍ର
କଣ୍ଠ - ରଘୁନାଥ ପାଣିଗ୍ରାହୀ
ଅଭିମାନିନୀ !
ତୁମ ପାଦ ଶିଞ୍ଜିନୀ
ଆଖିରେ ଅଳସ ଚାହାଁଣି
ପୁଣି ପାଉ ନୂଆ ଜୀବନୀ
ଅତୀତ କହୁଛି କାହାଣୀ
ମାନ ତେଜି ଆଜି ସାଜି ମାନିନୀ
ମାନ ତେଜି ଆଜି ସାଜି ମାନିନୀ
ତାଳେ ତାଳେ ଭରିଦିଅ ରଜନୀ
ତାଳେ ତାଳେ
ତାଳେ ତାଳେ ଭରିଦିଅ ରଜନୀ
ମାନ ତେଜି ଆଜି ସାଜି ମାନିନୀ ଗୋ
ମାନ ତେଜି
ଆଜି ସାଜି ମାନିନୀ
ମୋରେ ସୁରେ ସୁରେ ତୁମରି ନୂପୁର
ମୋରେ ସୁରେ ସୁରେ
ମୋର ସୁରେ ସୁରେ ତୁମରି ନୂପୁର
ଭରି ତୋଳୁଥିଲା ମିଳନ ଜୁଆର
ଭରି ତୋଳୁଥିଲା ମିଳନ ଜୁଆର
ଛନ୍ଦ ଦୁଇ ମନ ମାନି
ମାନ ତେଜି ଆଜି ସାଜି ମାନିନୀ
ସୁର ବିନା ଛନ୍ଦ ପଡ଼ିଥିଲା ଥକି
ସୁର ବିନା ଛନ୍ଦ
ସୁର ବିନା ଛନ୍ଦ ପଡ଼ିଥିଲା ଥକି
ଭୁଲା ଏଇ କଣ୍ଠେ ଯାଉ ପୁଣି ଲାଖି
ଭୁଲା ଏଇ କଣ୍ଠେ ଯାଉ ପୁଣି ଲାଖି
ମିଳନର ମଧୁ ବୁଣି
ମାନ ତେଜି ଆଜି ସାଜି ମାନିନୀ
ମାନ ତେଜି ଆଜି ସାଜି ମାନିନୀ
ତାଳେ ତାଳେ
ତାଳେ ତାଳେ
ତାଳେ ତାଳେ
ତାଳେ ତାଳେ ଭରିଦିଅ ରଜନୀ
ତାଳେ ତାଳେ ଭରିଦିଅ ରଜନୀ
No comments:
Post a Comment
‹
›
Home
View web version
No comments:
Post a Comment