Living in Bhubaneswar
Tuesday, April 18, 2017
ଓଡ଼ିଆ ସିନେମା ଗୀତ - 'ଏଇ ଛୋଟ କଥାଟିଏ ଭୁଲନା'
ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=kQ5QV-ktl7k
ଗୀତଟିର ଗାୟିକା ଉଷା ମଙ୍ଗେସକର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ଅରୁନ୍ଧତି (୧୯୬୮)
ସଙ୍ଗୀତ - ଶାନ୍ତନୁ ମହାପାତ୍ର
ଗୀତ - ଗୁରୁକୃଷ୍ଣ ଗୋସ୍ୱାମୀ
କଣ୍ଠ - ପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର
ଏଇ ଛୋଟ କଥାଟିଏ ଭୁଲନା
ଭଲପାଏ ଆଉ କିଛି ଜାଣେନା
ତୁମେ ପାଶେ ଥିଲେ
କିଛି ଦୁନିଆରେ
ଆଉ ମୁଁ ଚାହେଁନା ଚାହେଁନା
ଏଇ ଛୋଟ କଥାଟିଏ ଭୁଲନା
କୁହ କାହିଁଯାଏ
ଝରି ମୁଁ ଝରଣା
ନୀଳ ସାଗର ମୁଁ
ସେକଥା ଜାଣେନା
ଭଲ ପାଇବ ତ
ଥିବାଯାଏ ଜୀଇଁ
ମୋ ଆଖିରେ କେବେ
ଲୁହ ଦେବ ନାଇଁ
ଏଇ ବାହୁ ଡୋର
ବହୁ ଜନମର
ଯାହା ହେଉ
ସେ ତ କେବେ
ନୁହେଁ ତୁଟିବାର
ସାଥି ପ୍ରୀତି
ଶପଥ ଭୁଲନା
ଏଇ ଛୋଟ କଥାଟିଏ ଭୁଲନା
ଏଇ ଛୋଟ କଥାଟିଏ ଭୁଲନା
କୁହ କାହା ପାଇଁ
ଝରେ ମୁଁ ଜୋଛନା
ନୀଳ କଇଁ ମୁଁ ତ
ସେକଥା ଜାଣେନା
ନୂପୁରର ଛନ୍ଦେ
ସୁର ନାଆ ବାହି
ହୋଇବ ତ ପାରି
ସମୟର ନଈ
ଆମ ବନ୍ଧନ
କୋଟି ଜନମର
ସେ ପରା ସରଗର
ପାରିଜାତ ଫୁଲ
ସାଥି ପ୍ରୀତି
ଶପଥ ଭୁଲନା
ସାଥି ପ୍ରୀତି
ଶପଥ ଭୁଲନା
ଏଇ ଛୋଟ କଥାଟିଏ ଭୁଲନା
ଭଲପାଏ ଆଉ କିଛି ଜାଣେନା
ତୁମେ ପାଶେ ଥିଲେ
କିଛି ଦୁନିଆରେ
ଆଉ ମୁଁ ଚାହେଁନା ଚାହେଁନା
ଏଇ ଛୋଟ କଥାଟିଏ ଭୁଲନା
ଏଇ ଛୋଟ କଥାଟିଏ ଭୁଲନା
No comments:
Post a Comment
‹
›
Home
View web version
No comments:
Post a Comment