Living in Bhubaneswar
Sunday, March 12, 2017
ଓଡ଼ିଆ ସିନେମା ଗୀତ - 'ଉଡ଼ିଗଲେ ଗେଣ୍ଡାଳିଆ'
ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=pXDe32klwhw
'ମାଟିର ମଣିଷ'ର ଚିତ୍ରୋତ୍ତଳନର ଦୃଶ୍ୟ
ଫଟୋ କ୍ରେଡ଼ିଟ - www.mrinalsen.org
ଚଳଚିତ୍ର - ମାଟିର ମଣିଷ (୧୯୬୭)
ସଙ୍ଗୀତ - ଶ୍ରୀକୁମାର
ଗୀତ - କାଳୀଚରଣ ପଟ୍ଟନାୟକ
କଣ୍ଠ - ଅକ୍ଷୟ ମହାନ୍ତି
ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର
ଝାଡ଼ିଦେଲେ ପର
ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ରେ
ରଜାଝିଆ ବାହୁନୁଚି ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର
ଉଠେଇଲା କଳା ମେଘ ଭୋଦେଇ ଉଠାଣ
କାଳୀ ଗାଈ ଚରିଗଲା କିଆରିକ ଧାନ
ବସିବା ସଙ୍ଗାତ ଚାଲ ତୋହର ମୋହର
ବସିବା ସଙ୍ଗାତ ଚାଲ ତୋହର ମୋହର
ଉଡ଼ି ଉଡ଼ି ଯିବା ଆମେ ମେଘ ରଜା ଘର
ଆହା ମେଘ ରଜା ଘର
ହେ...
ମେଘ ରାଇଜର ପରୀ ଭାରି ସୁନ୍ଦରିଆ
ଗେଲ କରି ଆଣିବି ମୁଁ ବଡ଼ ହୁନ୍ଦରିଆ
ରହ ରହ ଗେଣ୍ଡାଳିଆ ଯିବା ବହୁଦୂର
ରହ ରହ ଗେଣ୍ଡାଳିଆ ଯିବା ବହୁଦୂର
ରହିବା ମଉଜ କରି ନୋହି ସାତପର
ଆହା ନୋହି ସାତ ପର
ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର
ଝାଡ଼ିଦେଲେ ପର
ରଜାଝିଆ ବାହୁନୁଚି ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର
ଆ...
No comments:
Post a Comment
‹
›
Home
View web version
No comments:
Post a Comment