Living in Bhubaneswar
Saturday, February 04, 2017
ଓଡ଼ିଆ ସିନେମା ଗୀତ - 'ତୁମେ ଯଦି ସାଥି ମୋର'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=HFQ2v1UsCWo
ବଙ୍ଗଳାଦେଶରେ ପହିଲି ଫଗୁଣ ଉତ୍ସବ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ସ୍ତ୍ରୀ (୧୯୬୯)
ସଙ୍ଗୀତ - ଶ୍ରୀକୁମାର
ଗୀତ - ଦେବଦାସ ଛୋଟରାୟ
କଣ୍ଠ - ନିର୍ମଳା ମିଶ୍ର
ତୁମେ ଯଦି ସାଥି ମୋର
ନିଅ ମୋତେ ଭୁଲାଇ
ତୁମେ ଯଦି ସାଥି ମୋର
ନିଅ ମୋତେ ଭୁଲାଇ
ମିଠା ମିଠା ନିଶାରେ ଗୋ
ଦେବି ମୁଁ ହଜାଇ
ମିଠା ମିଠା ନିଶାରେ ଗୋ
ଦେବି ମୁଁ ହଜାଇ
ରାଣ ଦେଇଯାଅ ତୁମେ
ଆସ ଖାଲି ବାହାନାରେ
ପାଖେପାଖେ ଥାଇ ମୋର
ରୁହ ପୁଣି କେତେଦୂରେ
ରାଣ ଦେଇଯାଅ ତୁମେ
ଆସ ଖାଲି ବାହାନାରେ
ପାଖେପାଖେ ଥାଇ ମୋର
ରୁହ ପୁଣି କେତେଦୂରେ
ପାଖେ ମୁଁ ରହି ବି
ଝୁରେ ସାରା ରାତି
ପାଖେ ମୁଁ ରହି ବି
ଝୁରେ ସାରା ରାତି
କାଉଁରୀ କୁହୁକେ
ସାରା ଶେଜ ମୋ ସଜାଇ
ମିଠା ମିଠା ନିଶାରେ ଗୋ
ଦେବି ମୁଁ ହଜାଇ
ମିଠା ମିଠା ନିଶାରେ ଗୋ
ଦେବି ମୁଁ ହଜାଇ
ଆକୁଳ ପବନ ଆସେ
କେତେ ଯେ ଉତ୍ତଳା କରି
ମନ ମୋ ମଜାଇଯାଏ
ନିଅ ମୋତେ ନିଅ ତୋଳି
ଆକୁଳ ପବନ ଆସେ
କେତେ ଯେ ଉତ୍ତଳା କରି
ମନ ମୋ ମଜାଇଯାଏ
ନିଅ ମୋତେ ନିଅ ତୋଳି
ମୁଁ ତୁମ ଛାତିରେ ଖୋଜଇ ଫଗୁଣ
ମୁଁ ତୁମ ଛାତିରେ ଖୋଜଇ ଫଗୁଣ
ହଜାରେ ସପନ ମୋର ଆଖିରେ ଭିଜାଇ
ମିଠା ମିଠା ନିଶାରେ ଗୋ
ଦେବି ମୁଁ ହଜାଇ
ମିଠା ମିଠା ନିଶାରେ ଗୋ
ଦେବି ମୁଁ ହଜାଇ
ତୁମେ ଯଦି ସାଥି ମୋର
ନିଅ ମୋତେ ଭୁଲାଇ
ମିଠା ମିଠା ନିଶାରେ ଗୋ
ଦେବି ମୁଁ ହଜାଇ
No comments:
Post a Comment
‹
›
Home
View web version
No comments:
Post a Comment