Living in Bhubaneswar
Monday, February 06, 2017
ଓଡ଼ିଆ ସିନେମା ଗୀତ - 'ମୋ ଆଖିର କେତେ କଥା'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=53hZ0Evo2Wo
ଚିତ୍ର - 'ୱାଟର ଲିଲିଜ' (୧୯୦୬)
ଫରାସୀ ଚିତ୍ରକର - କ୍ଲଦ ମନେ (୧୮୪୦-୧୯୨୬)
ଚଳଚିତ୍ର - ସ୍ତ୍ରୀ (୧୯୬୯)
ସଙ୍ଗୀତ - ଶ୍ରୀକୁମାର
ଗୀତ - ସାରଦା ପ୍ରସନ୍ନ ନାୟକ
କଣ୍ଠ - ସନ୍ଧ୍ୟା ମୁଖର୍ଜୀ
ମୋ ଆଖିର କେତେ କଥା
ମୋ ମନର ନିରବତା
କହିବାକୁ ଚାହେଁ ଯାହା କହି ପାରେନା
ନ କହି ମୁଁ ନିରବରେ ରହିପାରେନା
ମୋ ଆଖିର କେତେ କଥା
ଏଇ ନଈ ଯାଏ ବହି
ସାଗରେ ମିଶିବା ପାଇଁ
କାନେ କାନେ ଧୀରେ ଧୀରେ
ମନ କଥା ଯାଏ କହି
ଢ଼େଉ ବିନା ଜୁଆର ତ
ରହିପାରେନା
ଏଇ ମୋର ଛୋଟ କଥା
ବୁଝିପାରନା
ମୋ ଆଖିର କେତେ କଥା
ସରସୀରେ ପଦ୍ମ କଇଁ
ସୂର୍ଯ୍ୟ ଚନ୍ଦ୍ରମାରେ ଚାହିଁ
ସରସୀରେ ପଦ୍ମ କଇଁ
ସୂର୍ଯ୍ୟ ଚନ୍ଦ୍ରମାରେ ଚାହିଁ
କେତେ ଉଷା ଗୋଧୂଳିରେ
ଆନନ୍ଦେ ମଗନ ହୋଇ
ଫୁଲ ବିନା ମହୁମାଛି
ରହିପାରେନା
ଏଇ ମୋର ଛୋଟ କଥା
ବୁଝିପାରନାମୋ ଆଖିର କେତେ କଥା
ମୋ ମନର ନିରବତା
କହିବାକୁ ଚାହେଁ ଯାହା କହି ପାରେନା
ନ କହି ମୁଁ ନିରବରେ ରହିପାରେନା
No comments:
Post a Comment
‹
›
Home
View web version
No comments:
Post a Comment