Living in Bhubaneswar
Saturday, January 07, 2017
ଓଡ଼ିଆ ସିନେମା ଗୀତ - 'ଏଇ ଝୁମା ଝୁମା ଗୋଲାପି ବେଳାରେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=a7zARfGUvyo
ଫଟୋ କ୍ରେଡ଼ିଟ - www.fullodisha.com
ଚଳଚିତ୍ର - ଅଭିଳାଷ (୧୯୮୪)
ସଙ୍ଗୀତ - ସରୋଜ ପଟ୍ଟନାୟକ
କଣ୍ଠ - ହରିହରନ ଓ ଆରତି ମୁଖାର୍ଜୀ
ଗୀତିକାର - ସଙ୍ଗ୍ରାମ କେଶରୀ ମହାନ୍ତି
ଏଇ ଝୁମା ଝୁମା ଗୋଲାପି ବେଳାରେ,
ସାଥି ଆମ ସ୍ମୃତି ନେଇ,
ଆହୁରି ନିଜର ହୋଇ,
ହଜିଯିବା ଆପଣା ଭିତରେ ।ଘୋଷା।
ମୁଁ ଯେ ପ୍ରୀତି ତୁମେ ସୁର ପ୍ରିୟତମ ମୋର,
ତଟିନୀ ମୁଁ ତୁମେ ମୋ' ସାଗର,
ଫଗୁଣର ଫଗୁଭିଜା ବଗିଚାରେ ମୋର,
ସୁରଭି ମୁଁ ତୁମେ ମୋ' ସମୀର,
କଇଁ ମୁଁ ତୁମେ ଜହ୍ନ,
ମୁଁ ଆଖି ତୁମେ ସ୍ୱପ୍ନ,
ଚିରନ୍ତନ ଆମେ ଦୁନିଆରେ ।୧।
ମୋର ମନ ଦରପଣେ ବିମ୍ବିତ ଲାଜେ,
ତୁମରି ସେ ରଙ୍ଗୀନ ମନ,
ଶାମୁକା ବୁକୁର ସେଇ ମୁକୁତାର ସମ,
ତୁମେ ସାଥୀ ମୋ'ରି ଜୀବନ,
ହସ ଲୁହ ସାଥେ ଖେଳି,
ଆମେ ଦୁହେଁ ଯିବା ଚାଲି,
ଜୀବନର ଚଲାପଥ ପରେ ।୨।
ପ୍ରିୟତମ ତୁମେ ମୋର ତୃଷ୍ଣାର ଜଳ,
ତୁମେଇ ତ ମୋ' ମନର ମନ,
ଭଲ ପାଇ ତୁମକୁ ମୁଁ ପାଇଛି ନିଜକୁ,
ବୁଝିଛି ମୋ' ଅବୁଝା ସପନ,
ଜନମ ଜନମ ପାଇଁ,
ତୁମେ ଗୋ ଦେବତା ହୋଇ,
ଆସୁଥିବ ମୋ' ମନ ମନ୍ଦିରେ ।୩।
No comments:
Post a Comment
‹
›
Home
View web version
No comments:
Post a Comment