Living in Bhubaneswar
Monday, January 30, 2017
ଓଡ଼ିଆ ସିନେମାଗୀତ - 'ଗଙ୍ଗା ଯେ ଦେଶେ ବହେ'ର ପ୍ରଥମ ଭାଗ
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=M971pgrBYHU
ତାଜମହଲରୁ ଯମୁନାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ସ୍ତ୍ରୀ (୧୯୬୯)
ସଙ୍ଗୀତ - ଶ୍ରୀକୁମାର
ଗୀତ - ଅକ୍ଷୟ ମହାନ୍ତି
କଣ୍ଠ - ନିର୍ମଳା ମିଶ୍ର, ଜୟଶ୍ରୀ ଓ ଲାଲବିବି
ଶାନ୍ତି ବାରତା ଯୁଗେ ଯୁଗେ ଗାଇ
ସତ୍ୟର ବାଣୀ ଜଗତେ ଶୁଣାଇ
ଗଙ୍ଗା ଯେ ଦେଶେ ବହେ
ଯମୁନା ଯେ ଦେଶେ ବହେ
ସେଇ ମା' କୋଳେ
ସେଇ ମା' କୋଳେ ଜନମ ଆମରି
ଏ କି ଗଉରବ ନୁହେଁ
ଗଙ୍ଗା ଯେ ଦେଶେ ବହେ
ଯମୁନା ଯେ ଦେଶେ ବହେ
ଗଙ୍ଗା ଯେ ଦେଶେ ବହେ
ଯମୁନା ଯେ ଦେଶେ ବହେ
ଦିନ ଥିଲା ଦିନ ବନ୍ଦିନୀ ଆମ
ମାଆର ମୁକତି ପାଇଁ
ଝାସ ଦେଇଥିଲେ ଝାନସିର ରାଣୀ
ସେଇ ତ ଲକ୍ଷ୍ମୀବାଇ
ଖୋରଧା ବକ୍ସି ରକ୍ତରେ ହେଲା
ରଞ୍ଜିତ ଏଇ ଧରା
ସୁରେନ୍ଦ୍ର ସାଏ ଡାକରେ ଥରିଲା
ବିଦେଶୀ ଶାସନ କାରା
ଗୋଟିଏ ଡାକରେ କୋଟିଏ ଝାସିଲେ
ଯେ ଦେଶେ ମରଣ ସୁଏ
ସେଇ ମା' କୋଳେ
ସେଇ ମା' କୋଳେ ଜନମ ଆମରି
ଏ କି ଗଉରବ ନୁହେଁ
ଗଙ୍ଗା ଯେ ଦେଶେ ବହେ
ଯମୁନା ଯେ ଦେଶେ ବହେ
ଗଙ୍ଗା ଯେ ଦେଶେ ବହେ
ଯମୁନା ଯେ ଦେଶେ ବହେ
No comments:
Post a Comment
‹
›
Home
View web version
No comments:
Post a Comment