Living in Bhubaneswar
Monday, January 02, 2017
ଓଡ଼ିଆ ସିନେମା ଗୀତ - 'କେତେ ବଜାଅ ବଇଁଶୀରେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=6FNbK2Y5stA&spfreload=5
ଗୋପୀମାନଙ୍କ ସହିତ କୃଷ୍ଣ (କାଙ୍ଗ୍ରା ଅଞ୍ଚଳର ଚିତ୍ର : ୧୭୯୦ ମସିହା)
ସ୍ମିଥସନିଆନ ଇନଷ୍ଟିଚ୍ୟୁଟର ସଙ୍ଗ୍ରହ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନସ୍
ଚଳଚିତ୍ର - ମଥୁରା ବିଜୟ (୧୯୭୮)
ସଙ୍ଗୀତ - ବାଳକୃଷ୍ଣ ଦାଶ
କଣ୍ଠ - ଶେଖର ଘୋଷ, ନିର୍ମଳା ମିଶ୍ର ଓ ସାଥି
ଗୀତିକାର - ଗୌର ପଟ୍ଟନାୟକ
କେତେ ବଜାଅ ବଇଁଶୀରେ ରାଧା ବୋଲି ଲୁଚିଲୁଚିକା,
ତୁମେ ମୋର ବିନା ହୋଇ ଆନମନା ଝରିଯାଅ ନାହିଁ ଝୁରିଝୁରିକା ।
ରସର ସାଗର ନଟବର ନାଗର କେତେ ଯେ ଟତୁର,
ପୀରତି ନିଶାରେ କି ରୀତି କରୁଛ ତୁମକୁ ମୋ ଜୁହାର ।
ଛନଛନ ହୋଇ ରାଧିକା ମୋତେ ଖୋଜି ଖୋଜିକା,
ହୁଅନା ଏଡ଼େ ରସିକା ।
ଲାଜ ମୁଁ ତେଜିଲି ପ୍ରୀତିରେ ମଜ୍ଜିଲି କରନାହିଁ ଛଳନା,
ଅଜଣା ପୁଲକେ ଉଜାଣି ବହଇ ତୁମ ମନ ଯମୁନା ।
କୁଆଁର ପୂନେଇଁ ରାତିରେ ରସିବା ଆସ ରାସରେ,
ଆସ ନାଚି ନାଚିକା ।
No comments:
Post a Comment
‹
›
Home
View web version
No comments:
Post a Comment