Living in Bhubaneswar
Wednesday, January 18, 2017
ଓଡ଼ିଆ ସିନେମା ଗୀତ - 'ଆ ଜହ୍ନମାମୁଁ ଶରଦଶଶୀ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=Ie2dsbswURA
ଆଜଟେକର ଚନ୍ଦ୍ରଦେବତା ଟେଚିଜତକାଲ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍
ଚଳଚିତ୍ର - ବନ୍ଧନ (୧୯୬୯)
ସଙ୍ଗୀତ - ଶ୍ରୀକୁମାର
କଣ୍ଠ - ନିର୍ମଳା ମିଶ୍ର
ଗୀତିକାର - ନରସିଂହ ମହାପାତ୍ର
ଆ' ଜହ୍ନମାମୁଁ ଶରଦଶଶୀ
ମୋ' କାହ୍ନୁ ହାତରେ ପଡ଼ରେ ଖସି
ଆ' ଜହ୍ନମାମୁଁ ଶରଦଶଶୀ
ମୋ' କାହ୍ନୁ ହାତରେ ପଡ଼ରେ ଖସି
ଆ' ଜହ୍ନମାମୁଁ ଶରଦଶଶୀ
ଆଖିରୁ ତା'ର ଝରିଲେ ଲୁହ
ପରାଣେ ଝରେ ମୋ' ଲହୁ
ବୁକୁଫଟା ତା' ଅଝଟପଣ
କେମିତି କହ ତୁ ସହୁ
ଆଖିରୁ ତା'ର ଝରିଲେ ଲୁହ
ପରାଣେ ଝରେ ମୋ' ଲହୁ
ବୁକୁଫଟା ତା' ଅଝଟପଣ
କେମିତି କହ ତୁ ସହୁ
ଛୁଇଁ ଯା' ଟିକେ ପାପୁଲି ତାର
ଦେଖି ସେ ହଉରେ ଖୁସି
ଆ ଜହ୍ନମାମୁଁ ଶରଦଶଶୀ
ମୋ' କାହ୍ନୁ ହାତରେ ପଡ଼ରେ ଖସି
ଆ' ଜହ୍ନମାମୁଁ ଶରଦଶଶୀ
ତୋ ଭଳିକା ସୁନ୍ଦର ମୁହଁ
ଭୁଲାଇ ପାରୁନି ତୋତେ
ଭାଳି ଭାଳିରେ ପାଇଛି ତାକୁ
ଜଳାନା ଆଉ ତୁ ମୋତେ
ତୋ ଭଳିକା ସୁନ୍ଦର ମୁହଁ
ଭୁଲାଇ ପାରୁନି ତୋତେ
ଭାଳି ଭାଳିରେ ପାଇଛି ତାକୁ
ଜଳାନା ଆଉ ତୁ ମୋତେ
ତା ମନ ବୁଝି ଦେ ବୁଝାଇ
ସରଗୁ ଓହ୍ଲାଇ ଆସି
ଆ ଜହ୍ନମାମୁଁ ଶରଦଶଶୀ
ମୋ' କାହ୍ନୁ ହାତରେ ପଡ଼ରେ ଖସି
ଆ' ଜହ୍ନମାମୁଁ ଶରଦଶଶୀ
No comments:
Post a Comment
‹
›
Home
View web version
No comments:
Post a Comment