Living in Bhubaneswar
Friday, January 20, 2017
ଓଡ଼ିଆ ସିନେମା ଗୀତ - 'ପୂର୍ଣ୍ଣିମା ଜହ୍ନ ସତେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=gmOKgwboe0g
କାର୍ତ୍ତିକ ପୁନେଇଁର ଜହ୍ନ, ୨୮.୧୧.୨୦୧୨
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ବନ୍ଧନ (୧୯୬୯)
ସଙ୍ଗୀତ - ଶ୍ରୀକୁମାର
କଣ୍ଠ - ନିର୍ମଳା ମିଶ୍ର
ଗୀତିକାର - ନରସିଂହ ମହାପାତ୍ର
ପୂର୍ଣ୍ଣିମା ଜହ୍ନ ସତେ
ଧରା ବୁକେ ହସିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରା ବୁକେ ହସିଲା
ଚମକି ଏ କୁମୁଦିନୀ
ଚମକି ଏ କୁମୁଦିନୀ
ସରମରେ ସରିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରାବୁକେ ହସିଲା
ରୂପର ରୂପସୀ
ଲାବଣ୍ୟବତୀ ଗୋ
ଛାଡ଼ି ମୁଁ ଆସିଛି
ଅମରାବତୀ ଗୋ
ତୁମ ଅଙ୍ଗଛୁଆଁ ଯେବେ
ପୀରତିରେ ରସିଲା
ତୁମ ଅଙ୍ଗଛୁଆଁ ଯେବେ
ପୀରତିରେ ରସିଲା
ମୋ କୁଆଁରୀ ଦେହ ଆପେ
ମୋ କୁଆଁରୀ ଦେହ ଆପେ
ଆଡ଼ରୁଷା ରୁଷିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରାବୁକେ ହସିଲା
ଅଭୁଲା ରହିବ ତୁମରି ମୂରତି
ଜଗାଉ ଥିବ ଗୋ
ପରାଣେ ପୀରତି
ଦେହ ମନ ପୁଲକରେ
ବିନା ଶୀତେ ଥରିଲା
ଦେହ ମନ ପୁଲକରେ
ବିନା ଶୀତେ ଥରିଲା
ପଞ୍ଚସର ରତି ସୁଖେ
ପଞ୍ଚସର ରତି ସୁଖେ
ପରାଣ ମୋ ଘାରିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରାବୁକେ ହସିଲା
ଚମକି ଏ କୁମୁଦିନୀ
ଚମକି ଏ କୁମୁଦିନୀ
ସରମରେ ସରିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରାବୁକେ ହସିଲା
No comments:
Post a Comment
‹
›
Home
View web version
No comments:
Post a Comment