Living in Bhubaneswar
Monday, January 16, 2017
ଓଡ଼ିଆ ସିନେମା ଗୀତ - 'ସତ କହି ପାଏ ପଛେ ଫାଶୀ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=5NwYW8EVXAw
ମହାନଦୀର ଚିତ୍ର
ଚିତ୍ରୋତ୍ତଳକ - ସୁଜିତ କୁମାର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
ଚଳଚିତ୍ର - ପକା କମ୍ବଳ ପୋତ ଛତା (୧୯୮୬)
ସଙ୍ଗୀତ - ବାସୁଦେବ ରଥ
କଣ୍ଠ - ପ୍ରଶାନ୍ତ ନନ୍ଦ
ଗୀତିକାର - ସ୍ୱରୂପ ନାୟକ
ସତ କହି ପାଏ ପଛେ ଫାଶୀ ଲୋ ବାରମାସୀ,
ଧର୍ମଦାଣ୍ଡେ ହେବି ନାହିଁ ଦୋଷୀ ଲୋ ବାରମାସୀ,
ମୋ ନାଆଁ ଅବୋଲକରା,
ବାଣ୍ଟେ ମୁଁ ସୁଖ ପସରା,
ହସାଏ ଦୁନିଆ ହସି ହସି, ଲୋ ବାରମାସୀ । ଘୋଷା ।
ଭୋକକଲେ ବାରମାସୀ ଅଛି ଶ୍ରୀମନ୍ଦିର,
ଶୋଷ କଲେ ବାରମାସୀ ମହାନଦୀ ଝର,
ଏମିତି ରାଇଜ ମୋର ମନଉଣା କା'ର
ନୀଳଚକ୍ର ଦେଖିଦେଲେ ଖୁସି, ଲୋ ବାରମାସୀ ।୧।
ଧର୍ମ ସିନା ବାରମାସୀ ମହତପଣିଆ,
ଆଉ ସବୁ ବାରମାସୀ ଅଢ଼େଇ ଦିନିଆ,
ଧୂଳିରେ ଜନମ ନେଲି, ଧୂଳିରେ ମୁଁ ଯିବି ଚାଲି,
ସବୁରି ପରାଣେ ଥିବି କି ବସି, ଲୋ ବାରମାସୀ ।୨।
No comments:
Post a Comment
‹
›
Home
View web version
No comments:
Post a Comment