Living in Bhubaneswar
Tuesday, January 03, 2017
ଓଡ଼ିଆ ସିନେମା ଗୀତ - 'ଝୁମୁଝୁମୁ ନୂପୁର ବାଜେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=Zr_MrLtlYgk
'ହୀରା ମୋତି ମାଣିକ' ଚଳଚିତ୍ରର ନାୟକ ପ୍ରଶାନ୍ତ ନନ୍ଦ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ହୀରା ମୋତି ମାଣିକ (୧୯୮୧)
ସଙ୍ଗୀତ - ଶ୍ରୀବତ୍ସ ପଟ୍ଟନାୟକ
ଗାୟକ -ପ୍ରଣବ ପଟ୍ଟନାୟକ ଓ ବାଣୀ ଜୟରାମ
ଗୀତିକାର - ଗୌର ପଟ୍ଟନାୟକ
ଝୁମୁଝୁମୁ ନୂପୁର ବାଜେ
ଝୁମି ଝୁମି ମୟୁର ନାଚେ,
ଭିଜିଲେ ଭାରି ଭଲଲାଗେ
ଏ ଦେହେ ଶିହରଣ ଜାଗେ,
ନା ନା ନା ନା ଡ଼ାକନା
ଡାକନା ମୋତେ,
କେତେ ତୁମକୁ ଖୋଜିବି ମୁଁ ଯେ ।
ଝିପିଝିପି ବରଷାରେ ଆଜି
ଭିଜିଭିଜି ଯିବା ଆସ ହଜି,
ଯଉବନ ଖେଳେ ତୁମ ଦେହେ
ଆଖି ମୋର ଅଟକି ରହେ,
ମରମେ ତୁମ ଛବି ଭାସେ
ପୀରତି ନିଶା ଜମି ଆସେ,
ମୁଁ ତୁମକୁ ଭଲପାଏ,
ଛଳନା କରନା ଏତେ
ଖାଲି କଥାରେ ମନ କି ବୁଝେ ।
ସାଗର ମୁଁ ଯେ ବେଳାଭୂଇଁ
ଢେଉ ତୁମେ ଯାଅ ଛୁଇଁ ଛୁଇଁ,
ଆହା ତୁମେ କେତେ ଭଲ ସତେ
ପାଖେ ପାଖେ ରଖ ତୁମ ମୋତେ,
ସପନେ ଆସି ନିତି ରାତେ
କରନା ଆନମନା ଏତେ,
ତୁମେ ମୋର ଜୀବନରେ
ଆଣିଛ ଫଗୁଣ କେତେ,
ଖାଲି ଏ ମନ ତୁମକୁ ଖୋଜେ ।
No comments:
Post a Comment
‹
›
Home
View web version
No comments:
Post a Comment