Living in Bhubaneswar
Wednesday, January 25, 2017
ଓଡ଼ିଆ ସିନେମା ଗୀତ - 'ତୁମ ବିନା ଏଇ ରାତି ଭଲ ଲାଗେନା'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=QKn0vPUvUjs
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ସ୍ତ୍ରୀ (୧୯୬୯)
ସଙ୍ଗୀତ - ଶ୍ରୀକୁମାର
ଗୀତ - ନାରାୟଣ ପ୍ରସାଦ ସିଂହ
କଣ୍ଠ - ନିର୍ମଳା ମିଶ୍ର ଓ ପ୍ରଣବ ପଟ୍ଟନାୟକ
ତୁମ ବିନା ଏଇ ରାତି
ଭଲ ଲାଗେନା
ତୁମ ବିନା ଏଇ ଜହ୍ନ
ଭଲ ଲାଗେନା
ତୁମ ବିନା ଏଇ ରାତି
ଭଲ ଲାଗେନା
ତୁମ ବିନା ଏଇ ଜହ୍ନ
ଭଲ ଲାଗେନା
ତୁମେ ମୋର ପ୍ରିୟତମା
ଅନୁରାଗେ ଅନୁପମା
ତୁମ ବିନା ଏକା ଏକା
ଭଲ ଲାଗେନା
ତୁମ ବିନା ଏଇ ରାତି
ଭଲ ଲାଗେନା
ଫଗୁଣ ଫୁଲ ବନେ
କେତେ ଯେ ସୁଷମା
ଖୋଜି ଖୋଜି ପାଅନା
ତୁମ ରୂପ ଉପମା
ତୁମେ ପାଶେ ନଥିଲେ
ସବୁ ମିଛ ଭାବନା
ସାଥୀ ତୁମରି ବିନା
କିଛି ଭଲ ଲାଗେନା
ତୁମ ବିନା ଏଇ ରାତି
ଭଲ ଲାଗେନା
ତାରା ଭରା ଗଗନେ
ତୁମେ ମୋର ଚନ୍ଦ୍ରମା
ପ୍ରୀତି ଭରା ଜୀବନେ
ନାହିଁ ମୋର ଉପମା
ଯୁଗେ ଯୁଗେ ଆମରି
ମିଳନର ବାସନା
ଏକ ବିନା ଆନ ଯେ
ବଞ୍ଚି ପାରେନା
ଓ
ତୁମ ବିନା ଏଇ ରାତି
ଭଲ ଲାଗେନା
ତୁମ ବିନା ଏଇ ଜହ୍ନ
ଭଲ ଲାଗେନା
No comments:
Post a Comment
‹
›
Home
View web version
No comments:
Post a Comment