Living in Bhubaneswar
Tuesday, January 17, 2017
ଓଡ଼ିଆ ସିନେମା ଗୀତ - 'ନୀଳଆଖି ନୀଳଜଳେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=-sxxnpKMLm4
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ବନ୍ଧନ (୧୯୬୯)
ସଙ୍ଗୀତ - ଶ୍ରୀକୁମାର
କଣ୍ଠ - ପ୍ରଣବ ପଟ୍ଟନାୟକ ଓ ନିର୍ମଳା ମିଶ୍ର
ଗୀତିକାର - ନରସିଂହ ମହାପାତ୍ର
ଏ ନୀଳଆଖି
ନୀଳଜଳେ ଭାସନା
ସେ ଇସାରାରେ ମନ ମୀନେ ମାନେନା
କେ ନ ଜାଣିଛି ତମ ମିଛ ବାହାନ
ଚାହାଁଣି ଜାଲେ ଯେ ପଡ଼ିବ
ତା' କଥା ଆଉ କହନା
ପାଇବ ଯେତେ
ସେ ଯାତନା କରିବ କିଏ କଳନା ।
ଏ ଚାହାଁଣିର ଜାଲେ
ଧରା ଦିଅନା
ନା ଅାମ ପଛେ ପଛେ
କେବେ ଧାଆଁନା
କେ ତୁମ ହାତେ
ହେବ କୁହ ଖେଳନା
କଅଁଳ ମନ ଯେ ନ ଜାଣେ
ତା'ର ସେ ମଜା ପାଏନା
କହିବ ସିଏ
ଏ ଯେତକ ସବୁ ତ ଖାଲି ଛଳନା ।
ଏଇ ଟିକେ ଥଟ୍ଟା ମଜା
ପାରୁନାହଁ ସହି
ସହିଗଲେ ତୁମ ହାତେ
ପାରିବୁନି ରହି
ଏଇ ଟିକେ ଥଟ୍ଟା ମଜା
ପାରୁନାହଁ ସହି
ସହିଗଲେ ତୁମ ଘାତେ
ପାରିବୁନି ରହି
ଏ ମନ ଦେଲି ନିଅନା
ଜଳାଅନା ଛଳାଅନା ଖେଳାଅନା
ଚାହାଁଣି ଜାଲେ ଯେ ପଡ଼ିବ
ତା' କଥା ଆଉ କହନା
ପାଇବ ଯେତେ ସେ ଯାତନା
କରିବ କିଏ କଳନା
ପର ମନ ରହିବ କି
ଆପଣାର ହୋଇ
ମନ ଦେଇ ମନ ନେଲେ
ଯିବ ଆଉ କାହିଁ
ମନ ଦେଇ ମନ ନେଲେ
ଯିବ ଆଉ କାହିଁ
ପର ମନ ରହିବ କି
ଆପଣାର ହୋଇ
ଏ ମନ ଦେଲି ନିଅନା
ଜଳାଅନା ଛଳାଅନା ଖେଳାଅନା
ଚାହାଁଣି ଜାଲେ ଯେ ପଡ଼ିବ
ତା' କଥା ଆଉ କହନା
ପାଇବ ଯେତେ ସେ ଯାତନା
କରିବ କିଏ କଳନା
No comments:
Post a Comment
‹
›
Home
View web version
No comments:
Post a Comment