Living in Bhubaneswar
Saturday, December 24, 2016
ଓଡ଼ିଆ ସିନେମା ଗୀତ - 'ନିଦ ଭରା ରାତି'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=N2dVe3Yq56c
ଫଟୋ କ୍ରେଡ଼ିଟ - www.incredibleorissa.com
ଚଳଚିତ୍ର - ଅନୁତାପ (୧୯୭୭)
ସଙ୍ଗୀତ - ଜେ. ଆଦେନୀ
କଣ୍ଠ - ନିର୍ମଳା ମିଶ୍ର
ଗୀତ - ନିଜାମ
ନିଦ ଭରା ରାତି ମଧୁଝରା ଜହ୍ନ
ଫିକା ଫିକା ଏଇ ଜୋଛନା,
ତୁମେ ନାହଁ ସାଥି ଆଜି ଏଇ ରାତି
ଏକା ଏକା ଭଲ ଲାଗେନା ।
ଦୂରେ ବହୁ ଦୂରେ ନଈ ଆରପାରେ
ବିରହୀ କେ ଝୁରେ ବଇଁଶୀର ସୂରେ;
ସେଇ ସୁରେ ହଜି ଯୋଛନାରେ ଭିଜି
ଖୋଜେ ମୁଁ ତୁମକୁ ଏକା ଏକା ଆଦି;
ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ
କୁମୁଦିନୀ ମନ ବେଦନା ।
ତୁମେ ନୀଳଢ଼େଉ ମୁଁ ଯେ ବେଳାଭୂଇଁ,
ତୁମେ ଯାଅ ଦୂରେ ଖାଲି ମୋତେ ଛୁଇଁ,
ପାଶେ ଥିଲେ କିଛି ପାରେ ନାହିଁ କହି,
ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ,
ଧରା ଦେଲେ ବାରେ କହି ଦେବି ହେଲେ,
ଭାବେ ସିନା କହି ପାରେନା ।
No comments:
Post a Comment
‹
›
Home
View web version
No comments:
Post a Comment