Living in Bhubaneswar
Wednesday, December 28, 2016
ଓଡ଼ିଆ ସିନେମା ଗୀତ - 'ନିରିମାଖୀ କୁଆଁରୀ ମୁଁ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=OhGHrstBo0I&spfreload=5
ଫଟୋ କ୍ରେଡ଼ିଟ - www.odiahits.com
ଚଳଚିତ୍ର - ତଅପୋଈ (୧୯୭୮)
ସଙ୍ଗୀତ - ଅକ୍ଷୟ ଗୀତ
କଣ୍ଠ - ତୃପ୍ତି ଦାସ
ଗୀତିକାର - ବିନୋଦିନୀ ଦେବୀ
ନିରିମାଖୀ କୁଆଁରୀ ମୁଁ ଶୁଣ ମୋ ଦୟିନୀ,
ଅଲିଅଳୀ ଜେମା ହେଲି ଖୁଦରଙ୍କୁଣୀ ।
ବାପା ମୋ' ସାଧବ ମା' ସାଧବାଣୀ
ସାତ ଭାଇରେ ମୁଁ ଏକଇ ଦୁଲଣୀ,
ଚଲାବାଟେ ଥିଲା ଆଲଟ ଆଡ଼େଣୀ,
ଖାଇ ଫିଙ୍ଗୁଥିଲି ଅଧାମ ଲବଣୀ,
କିମିଆ କରିଲା ବୁଢ଼ୀ ମାଲିଆଣୀ,
ଚାନ୍ଦ ପାଇଁ କଲି ଅଝଟ ୠଷାଣୀ,
ଅଧା ଚାନ୍ଦେ ମା' ଗଲେ, ପୂରା ଚାନ୍ଦେ ବାପା,
ଛେଉଣ୍ଡ ହେଲି ମୁଁ ଆହା ସାଧବଦୁଲଣୀ ।
ସାତ ଭାଇ ଗଲେ ବଣିଜ କରି,
ସାତ ଭାଉଜ ମୋ ସାତଟି ପରୀ,
ଛଅ ଭାଉଜଙ୍କ ଗୁମର ଭାରି,
ଖଟେଇଲେ ମୋତେ ପୋଇଲି ପରି,
ଗହନ ବନେ ମୁଁ ଜଗିଲି ଛେଳି,
ଘର ମୂଷା ମାଟି ଖାଇଲି ଡରି,
ଘରର ଦୁଲଣୀ ନେଲି ମୁଁ ମେଲାଣି,
ଘରମଣି ଛାର ହେଲା ତାଙ୍କ ମଥାମଣି ।
No comments:
Post a Comment
‹
›
Home
View web version
No comments:
Post a Comment