Living in Bhubaneswar
Monday, December 19, 2016
ଓଡ଼ିଆ ସିନେମା ଗୀତ - 'ଢେଉ ଢେଉକା ପାହାଡ଼ ତଳେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=x5bw58-oWic
ଅକ୍ଷୟ ମହାନ୍ତି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ସଂସାର (୧୯୭୧)
ସଙ୍ଗୀତ - ଅକ୍ଷୟ ମହାନ୍ତି
ଗୀତ - ଶିବବ୍ରତ ଦାସ
କଣ୍ଠ - ଅକ୍ଷୟ ମହାନ୍ତି ଓ ନିର୍ମଳା ମିଶ୍ର
ଢେଉ ଢେଉକା ପାହାଡ଼ ତଳେ ଅଙ୍କାବଙ୍କା ନଈ,
ଅଙ୍କାବଙ୍କା ନଈର ଦେହେ ନୀଳ ପାହାଡ଼ ଛାଇ,
ସେଇ ଛାଇରେ ନାଉରୀ କିଏ ଗୀତଟି ଯାଏ ଗାଇ,
ଗୀତରେ ତା'ର ଆମକୁ ସିଏ ଯାଉଛି କହି କହି,
ଯେ ତୁ ମୋର ପାଇଁ ମୁଁ ତୋର ପାଇଁ ।
ଯୋଡ଼ି ଯୋଡ଼ିକା ଯେତେ ମଇନା ନୀଳ ଆକାଶ ଛାଇ,
ଯାଆନ୍ତି ଉଡ଼ି ଆପଣା ମନେ ଅଜଣା ଦେଶେ କାହିଁ,
ସବୁଜ ତାଙ୍କ ଡେଣାରୁ ପଡ଼େ ଗୋଟିଏ ପର ଝରି,
ସେ ପର ଦିଏ ନଈ ଛାତିରେ ଏଇ କଥାଟି ଲେଖି,
ଯେ ତୁ ମୋର ପାଇଁ ମୁଁ ତୋର ପାଇଁ ।
ଢ଼ଳି ଢ଼ଳିକା ପାହାଡ଼ ତଳେ ସୂର୍ଯ୍ୟ ଗଲା ନଇଁ,
ନୀଳ ଆକାଶ ପାଖରେ ଟିକେ ରଙ୍ଗ ବୋଳି ଦେଇ,
ନଦୀ ସେପାରି ଚକୋର ଯେବେ କାନ୍ଦିଲା ରହି ରହି,
ଏପାରୁ କହେ ବିରହିଣୀ ସେ ଏକାକାନୀ ଚକୋରୀ,
ନା ମୁଁ ତୋର ପାଇଁ, ନା ତୁ ମୋର ପାଇଁ ।
No comments:
Post a Comment
‹
›
Home
View web version
No comments:
Post a Comment