Living in Bhubaneswar
Friday, December 16, 2016
ଓଡ଼ିଆ ସିନେମା ଗୀତ - 'ସେଇ ଚୁନା ଚୁନା ତାରା ଫୁଲେ ଆଜି
'
ଗୀତର ୟୁୂଟ୍ୟୁବ ଲିଙ୍କ - https://www.youtube.com/watch?v=yMPeMhhoNjg
ଗୀତର ଗାୟିକା ଲତା ମଙ୍ଗେସକର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ସୂର୍ଯ୍ୟମୂଖୀ (୧୯୬୩)
ସଙ୍ଗୀତ - ଶାନ୍ତନୁ ମହାପାତ୍ର
ଗୀତିକାର - ଗୁରୁକୃଷ୍ଣ ଗୋସ୍ୱାମୀ
ଗାୟନ - ଲତା ମଙ୍ଗେସକର
ସେଇ ଚୂନା ଚୂନା ତାରା ଫୁଲେ ଆଜି,
କିଏ ଚୁମିଚୁମି ଗଲା ହାୟ ହଜି,
କିମ୍ପା ତା'ର ମଧୁଛୁଆଁ, ଆଣେ ଏ ନିଶୀଥେ ମାୟା,
ପାରେ ନାହିଁ ମୁହିଁ ବୁଝି, (ହାୟ) ପାଏ ନା ମୁଁ ତାରେ ଖୋଜି ।।
ସେ ଯେ ଭରା ବଉଳର ମିଠା ମିଠା ମହକରେ,
କିମ୍ପା ଆଣେ ଶିହରଣ ମରମେ ପୁଲକ ଭରେ,
ଧିମା ଧିମା ସମୀରରେ ଝିଲ୍ଲୀର ସୁରେସୁରେ,
ଅତୀତ ମୋ ଦେଲା ଭାଜି, ପାଏ ନା ମୁଁ ତାରେ ଖୋଜି ।।
ଆଖିରେ ମୋ ଦେଇଗଲା କୁହୁକ କଜ୍ଜ୍ୱଳ,
ଯେ ପାଇଁକି ଦିଶେ ସବୁଜ ମଧୁର,
ସେ ଯେ ଝରା ଶିଶିରରେ ଟୋପା ଟୋପା ଅଭିମାନ,
ଦେଇଗଲା ଉପହାର ତୋଳିନେଲା ମୋର ମନ,
ଚୂନା ଚୂନା ଭାବନାରେ,
ରଙ୍ଗିନ କରି ଧିରେ ଆଗତ ମୋ ଦେଲା ସାଜି ।
No comments:
Post a Comment
‹
›
Home
View web version
No comments:
Post a Comment