Living in Bhubaneswar
Sunday, November 06, 2016
ଓଡ଼ିଆ ସିନେମା ଗୀତ - 'ଆଜି ଆକାଶେ କି ରଙ୍ଗ ଲାଗିଲା'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=ySutQrgkEwA
ଚଳଚିତ୍ର ଶ୍ରୀଲୋକନାଥ (୧୯୬୦)
ପ୍ରଯୋଜନା - ରୂପରାଗ ପ୍ରା. ଲିମିଟେଡ଼୍
ସଙ୍ଗୀକ - ବାଳକୃଷ୍ଣ ଦାଶ
ଗୀତ - କାର୍ତ୍ତିକ କୁମାର ଘୋଷ
ଗାୟନ - ନିର୍ମଳା ମିଶ୍ର
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ବାଜେ କାହା ଆଗମନୀ ଗାତିକା
ସାଜେ ନୂଆ ସାଜେ ବନ ବୀଥିକା
ବାଜେ କାହା ଆଗମନୀ ଗୀତିକା
ସାଜେ ନୂଆ ସାଜେ ବନ ବୀଥିକା
କିମ୍ପା ଫୁଲେ ଫୁଲେ ଆଖି ଠାରିଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
ସାତ ଦରିଆପାରି ରାଜକୁମାର
ନାହିଁ ନ ଥିବା ଯା' ରୂପର ଗୁମର
ସାତ ଦରିଆପାରି ରାଜକୁମାର
ନାହିଁ ନ ଥିବା ଯା' ରୂପର ଗୁମର
ସେ କି ପକ୍ଷୀରାଜେ ଚଢ଼ି ଅଇଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
ଏଣେ ଲାଜବତୀ କନ୍ୟା ମଉନେ
କେତେ ଆଶା ଇନ୍ଦ୍ରଧନୁ ତା' ମନେ
ଏଣେ ଲାଜବତୀ କନ୍ୟା ମଉନେ
କେତେ ଆଶା ଇନ୍ଦ୍ରଧନୁ ତା' ମନେ
ସତେ ଅତନୁ କି ଛପି ଛୁଇଁଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
No comments:
Post a Comment
‹
›
Home
View web version
No comments:
Post a Comment