Living in Bhubaneswar
Friday, November 04, 2016
ଓଡ଼ିଆ ସିନେମା ଗୀତ - 'ମୁଁ ଯେ ଭାସେ ସପନେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=JkZXzKbdEag
ଏହି ଗୀତର ସଙ୍ଗୀତକାର ପଣ୍ଡିତ ଭୁବନେଶ୍ୱର ମିଶ୍ର
ଫଟୋ କ୍ରେଡ଼ିଟ - http://www.odissivilas.org/mishra.htm
ମା (୧୯୫୮)
ପ୍ରଯୋଜନା - ଚିତ୍ରମ୍
ସଂଙ୍ଗୀତ - ଭୁବନେଶ୍ୱର ମିଶ୍ର
ଗୀତ - ଗୁରୁକୃଷ୍ଣ ଗୋସ୍ୱାମୀ
ଗାୟନ - ଇଲା ଚକ୍ରବର୍ତ୍ତୀ
ମୁଁ ଯେ ଭାସେ ସପନେ
ଭରା ତାରା ଗଗନେ
ମୁଁ ଯେ ଭାସେ ସପନେ
ଭରା ତାରା ଗଗନେ
ପ୍ରଣୟର ରଙ୍ଗେ
ତୁମ ଗୀତି ଛନ୍ଦେ
ଲେଖେ ମୁଁ ଗୋପନେ
ତୁମ ଛବି ମରମେ
ମୁଁ ଯେ ଭାସେ ସପନେ
ଭରା ତାରା ଗଗନା
କେବେ ଯଦି ବିରହ
ଧାରା ଝରି ଧରାରେ
ଭାସିଯିବ ସେ ଛବି
ଦୂରେ ଲୁହ ସାଗରେ
ମିଳନର କୁଞ୍ଜେ
ଝରି ଫୁଲ ସଞ୍ଜେ
ମରିବି ଜୀବନେ
ଲୁହ ଭରି ନୟନେ
ମୁଁ ଯେ ଭାସେ ସପନେ
ଭରା ତାରା ଗଗନେ
ହଜିଯାଏ ଯେସନେ
ସଉରଭ ସମୀରେ
ହଜିବି ମୁୂଁ ତୁମରି
ମମତାର ସାଗରେ
ତୁମେ ଯେ ଗୋ ସିନ୍ଧୁ
ମୁଁ ପୂର୍ଣ୍ଣିମା ଇନ୍ଦୁ
ଜନମେ ଜନମେ ମଧୁଭରା ମିଳନେ
ମୁଁ ଯେ ଭାସେ ସପନେ
ଭରା ତାରା ଗଗନେ ।
No comments:
Post a Comment
‹
›
Home
View web version
No comments:
Post a Comment