Living in Bhubaneswar
Thursday, May 19, 2016
ଓଡ଼ିଆ ସିନେମା ଗୀତ - 'ମନଦୋଳି ଉଡ଼ି ଯା'
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=5Pw3mpxHPT8
ଗୀତର ଗାୟିକା ଶ୍ରୀମତି ଶ୍ୟାମାମଣି ଦେବୀ
ଫଟୋ କ୍ରେଡ଼ିଟ୍ -
www.newindianexpress.com
ଫିଲ୍ମ୍
- ନୂଆବୋଉ
ପ୍ରଯୋଜନା
- ପଞ୍ଚସଖା ପିକ୍ଚର୍ସ୍
ସଙ୍ଗୀତ
- ବାଳକୃଷ୍ଣ ଦାଶ
ଗାୟନ
- ଶ୍ୟାମଣି ଦେବୀ ଓ ସାଥି
ଗୀତ
- ଗୁରୁକୃଷ୍ଣ ଗୋସ୍ୱାମୀ
ମନଦୋଳି ଉଡ଼ି ଯା'
ଯା' ରେ ମଘ ଛୁଇଁ ଫେରିଆରେ
ମନଦୋଳି ଉଡ଼ି ଯା'
ବସୁମତୀ ମାଆ ଶରଧା କଥା
ମେଘ ଦେଶେ କହି ଆ
ଯା' ରେ ମନଦୋଳି ଉଡ଼ି ଯା'
ଆଳି ରାଇଜର ଥାଳି ପଲମ
ଦକ୍ଷିଣୀ ରାଇଜ କମ
କାଚରା ଆସିଛି କାଚ ସଜନୀ
ନାଇବା ପୂରାଇ ମନ
ଆଷାଢ଼େ ଭରା କିଆଫୁଲ ଯା'
ଖୋଷିଦେବା ଜୁଡ଼ାରେ
ମନ ଦୋଳି ଉଡ଼ି ଯା'
ଯା' ରେ ମଘ ଛୁଇଁ ଫେରିଆରେ
ମନଦୋଳି ଉଡ଼ି ଯା'
କଅଁଳ କାକୁଡ଼ି ଚୋପା ବହଳ
କାଟିଦିଅ ପରିବାକୁ
ବାପଘର ସୁଖ ଶାଶୁଘରେ ଯା'
ଝୁରି ଝୁରି ମରିବାକୁ
ଗଡ଼ିଲେ ଚକ ବାରହାତ ଲୋ
କଥା ଅଛି ମହୀରେ
ମନ ଦୋଳି ଉଡ଼ି ଯା'
ଯା' ରେ ମଘ ଛୁଇଁ ଫେରିଆରେ
ମନଦୋଳି ଉଡ଼ି ଯା'
ଆଳୁ ପତର କି ସାରୁ ପତର
କେବେ କି ହୋଇବ ପାନ
ମିଳିବ କେବେ କି ରଜ ମଉଜ
ସରିଲେ କୁଆଁରୀ ଦିନ
ଆସ ଗୋ ଆସ କୁଆଁରୀ ଆସ
ହଜିଯିବା ଗୀତରେ
ମନଦୋଳି ଉଡ଼ି ଯା'
ଯା' ରେ ମଘ ଛୁଇଁ ଫେରିଆରେ
ମନଦୋଳି ଉଡ଼ି ଯା'
No comments:
Post a Comment
‹
›
Home
View web version
No comments:
Post a Comment