Living in Bhubaneswar
Wednesday, May 04, 2016
ସିନେମା ଗୀତ - ତା ବିନା ଦିନ ମୋ ଉଦାସିଆ
ଗୀତର ୟୁଟ୍ୟୁବ୍ ଲିଙ୍କ୍ -
https://www.youtube.com/watch?v=tfFvGJ7Vhhg
ସିନେମା - ଭାଇ ଭାଇ (୧୯୫୬)
ଗାୟନ - ବାଳକୃଷ୍ଣ ଦାଶ
ଗୀତ - ପରଶୁରାମ ପଟ୍ଟନାୟକ
ସଙ୍ଗୀତ - ଭୁବନ କିଶନ
ପ୍ରଯୋଜନା - ଚିତ୍ରମ୍
ରାମ ଯେ ଲଇକ୍ଷଣ ହୋ
ଗଲେ ମୃଗ ମାରି
ଘରେ ମୋ ଏକଲା ଷୋହଳ ବୟସୀ
ରାମ ଯେ ଲଇକ୍ଷଣ ହୋ
ଗଲେ ମୃଗ ମାରି
ଘରେ ମୋ ଏକଲା ଷୋହଳ ବୟସୀ
ମୋ ବିନା ତା' ଦିନ ଅନ୍ଧାରିଆ
ମୋ ବିନା
ତା' ଦିନ ଅନ୍ଧାରିଆ
ତୁଳସୀର ତଳେ
ସୁନା ସୁହାଗୀ
ସଳିତା ଜାଳେ
ଗୋରୀ ମୋ ଲାଗି
ଘଡ଼ିକ ପାଇଁକି
ସେ ବିରହ ସହେନି
ତୁଳସୀର ତଳେ
ସୁନା ସୁହାଗୀ
ସଳିତା ଜାଳେ
ଗୋରୀ ମୋ ଲାଗି
ଘଡ଼ିକ ପାଇଁକି
ସେ ବିରହ ସହେନି
ତା' ବିନା ମୋ ଦିନ ଉଦାସିଆରେ
ତା' ବିନା ମୋ ଦିନ ଉଦାସିଆ
ଲହଡ଼ି ଲୋଟିଯାଏରେ
ସୁନା କ୍ଷେତେ ମୋର
ଝରୁଛି ମୁକୁତା
ମୋହରି ଝାଳରେ
ଲହଡ଼ି ଲୋଟିଯାଏରେ
ସୁନା କ୍ଷେତେ ମୋର
ଝରୁଛି ମୁକୁତା
ମୋହରି ଝାଳରେ
ସୁନା ସ୍ୱପନେ
ଭାରି ମୋ ଆଖି
ସୁନା ଗୋରୀ ମୋର ମନଲାଖି
ଲୋ ମୋର ସୁନା ସଳିତା
ନାହିଁ ଶୋଚନାରେ
ନାହିଁ ଶୋଚନା
ମୋର ଗୁହାରି କରିବୁ ଘେନା
ଲୋ ମୋର ସୁନା ସଳିତା
ତା' ବିନା ମୋ ଦିନ ଉଦାସିଆରେ
ତା' ବିନା ମୋ ଦିନ ଉଦାସିଆ
ମୋ ଦିନ ଉଦାସିଆ
ମୋ ଦିନ ଉଦାସିଆ
No comments:
Post a Comment
‹
›
Home
View web version
No comments:
Post a Comment