Living in Bhubaneswar
Saturday, May 28, 2016
ଓଡ଼ିଆ ସିନେମା ଗୀତ - 'ନୀଳାଦ୍ରି ବିହାରୀ ହରି'
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=rfCBnW1Ofd4
ଗୀତର ଗାୟକ ପ୍ରଣବ ପଟ୍ଟନାୟକ
ସୂର୍ଯ୍ୟମୁଖୀ (୧୯୬୨)
ପ୍ରଯୋଜନା - ଉଦୟ ପିକ୍ଚର୍ସ୍
ସଙ୍ଗୀତ - ଶାନ୍ତନୁ ମହାପାତ୍ର
ଗୀତ - ଗୁରୁକୃଷ୍ଣ ଗୋସ୍ୱାମୀ
ଗାୟନ - ପ୍ରଣବ କିଶୋର ପଟ୍ଟନାୟକ
ନୀଳାଦ୍ରି ବିହାରୀ ହରି
ଦୀନବନ୍ଧୁ ଦଇତାରି
ଦୀନଜନେ ନାଥ ଦୟାକର
ତୁମରି ଛାମୁରେ ଆଜି
କରୁଛି ମୁଁ ଅରଜି
ଦୟାକର ପ୍ରଭୁ ଦୟାକର
ଇନ୍ଦ୍ର ଆସନ ମାଗୁନାହିଁ
ଇନ୍ଦ୍ର ଭୁବନ ମାଗୁନାହିଁ
ଇନ୍ଦ୍ର ଆସନ ମାଗୁନାହିଁ
ଇନ୍ଦ୍ର ଭୁବନ ମାଗୁନାହିଁ
ଖୋଜୁନାହିଁ ନାଥ ମରତର ଧନ
ଚାହୁଁନାହିଁ ପ୍ରଭୁ ମରତରେ ମାନ
ଚରଣେ ତୁମରି
କରୁଛି ଗୁହାରି
ଚରଣେ ତୁମରି
କରୁଛି ଗୁହାରି
ଦୀନଜନେ ପ୍ରଭୁ ଦୟାକର
ଦୟାକର
ଚକ୍ରଧାରୀ ହେ କହୁନାହିଁ
ଚକ୍ର ଉହାଡ଼େ ରଖନେଇ
ଚକ୍ରଧାରୀ ହେ କହୁନାହିଁ
ଚକ୍ର ଉହାଡ଼େ ରଖନେଇ
କରୁନାହିଁ ଅଳି ଦିଅ ବୋଲି ସୁଖ
କହୁନାହିଁ ପ୍ରଭୁ ନ ଦିଅ ହେ ଦୁଃଖ
କହୁଛି ଏତିକି
ମାଗୁଛି ଏତିକି
ଦୀନଜନେ ପ୍ରଭୁ ଦୟାକର
ଦୟାକର
ଦୟାକର ପ୍ରଭୁ ଦୟାକର
No comments:
Post a Comment
‹
›
Home
View web version
No comments:
Post a Comment