Living in Bhubaneswar
Friday, April 29, 2016
ସିନେମା ଗୀତ - ମୋ ମନବୀଣାର ତାରେ
ଗୀତର ୟୁଟ୍ୟୁବ୍ ଲିଙ୍କ୍ -
https://www.youtube.com/watch?v=GHn-ZvrRhus
ସିନେମା - ମାଣିକ ଯୋଡ଼ି (୧୯୬୩)
ଗାୟନ - ନିର୍ମଳା ମିଶ୍ର
ଗୀତ - ଜୀବନାନନ୍ଦ ପାଣି
ସଙ୍ଗୀତ - ବାଳକୃଷ୍ଣ ଦାଶ
ପ୍ରଯୋଜନା - ପଞ୍ଚସଖା ପିକ୍ଚର୍ସ୍
ମୋ ମନ ବୀଣାର ତାରେ
ହେ ଅବୁଝା ମୂରୁଛନା
ମୋ ମନ ବୀଣାର ତାରେ
ହେ ଅବୁଝା ମୂରୁଛନା
ମୋ ମନ ବୀଣାର ତାରେ
ଏତେ ମଧୁ ସୁରେ ଆଉ ଆଉ
ମୋତେ ଡାକନା
ନା
ମୋ ମନବୀଣାର ତାରେ
କୁହ କିମ୍ପା ଏତେ ସୁର
ଏ ମନେ ବଜାଇ ଗଲ
ସବୁଜ ସପନ ମାୟା
ଏ ଆଖିରେ ଛାଇ ଦେଲ
ତେଣୁ ଆଜି ଆଉ କିଛି
ଭଲ ଲାଗେ ନା
ମୋ ମନ ବୀଣାର ତାରେ
ହେ ଅବୁଝା ମୂରୁଛନା
ମୋ ମନ ବୀଣାର ତାରେ
ତୁମେ ନୀଳ ଆକାଶର ଚନ୍ଦ୍ରମା
ମୁଁ ନୀଳକଇଁ
ନୀଳିମାର ଦିଆନିଆ
ଏ ସାରା ଜୀବନ ପାଇଁ
ଛନ୍ଦ ମୁଁ ସୁର ତୁମେ
ଭୁଲି ପାରେନା
ମୋ ମନ ବୀଣାର ତାରେ
ହେ ଅବୁଝା ମୂରୁଛନା
ମୋ ମନ ବୀଣାର ତାରେ
ଫଟୋ କ୍ରେଡ଼ିଟ୍ : http://themusepaper.blogspot.in/2011/04/manika-jodi-odia-movie-1963.html
No comments:
Post a Comment
‹
›
Home
View web version
No comments:
Post a Comment