Living in Bhubaneswar
Sunday, May 01, 2016
ସିନେମା ଗୀତ - ଚକାଡ଼ୋଳା କିମ୍ପା ଡକା
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Rb_FJJRejp0
ଶ୍ରୀଜଗନ୍ନାଥ ଫିଲ୍ମ୍ ର ପୋଷ୍ଟର
ସିନେମା - ଶ୍ରୀ ଜଗନ୍ନାଥ (୧୯୫୦)
ପ୍ରଯୋଜନା - ରୂପଭାରତୀ ଲିମିଟେଡ୍
ଗାୟନ - ନିମାଇଁଚରଣ ହରିଚନ୍ଦନ
ସଙ୍ଗୀତ - ରଣଜିତ ରାୟ
ଗୀତ - ବିନାୟକ ମିଶ୍ର
ଚକାଡୋଳା କିମ୍ପା ଡକା
କିମ୍ପା ଡକା ନ ଶୁଣ
ଚକାଡୋଳା କିମ୍ପା ଡକା
ତକା ବଜା ପ୍ରଭୁ ଥକା ହୋଇ ବସି
ବିକଶିଲ ପୁଣି ଏ କେଉଁ ଗୁଣ
କିମ୍ପା ଡକା ନ ଶୁଣ
ଚକାଡ଼ୋଳା କିମ୍ପା ଡକା
ସଖା ସଙ୍ଗେ ରଙ୍ଗେ ଯମୁନା କୂଳରେ
ବକା ଚିରି ହେଲ ନକ୍ର ବାରଣ
ରଖାଇଲ ଗୋପୀ ଗୋପାଳ ସକଳ
ଗୋବରଧନକୁ କରି ଧାରଣ
ଗୋପ ତାରଣ ଖେଦ ବାରଣ
ଚକାଡ଼ୋଳା କିମ୍ପା ଡକା
କିମ୍ପା ଡକା ନ ଶୁଣ
ଚକାଡ଼ୋଳା କିମ୍ପା ଡକା
କିମ୍ପା ଡକା ନ ଶୁଣ
ଚକାଡ଼ୋଳା କିମ୍ପା ଡକା
ଭାରତ ସମରେ ଅର୍ଜୁନ ପ୍ରେମରେ
ରଥଚାଳି ଶ୍ରମ ପାଇ ଆପଣ
ସେ ଶ୍ରମ ହରଣେ ଲୁଚିଥିଲ ବନେ
କନ୍ଦରାରେ ପୁଣି କି ହେଲା ମନ
ଉଚ୍ଚ ଭବନ କଲ ଭିଆଣ
ଚକାଡ଼ୋଳା କିମ୍ପା ଡକା
ନୀଳଗିରି ସାଇଁ ବୋଲାଇ ଗୋସାଇଁ
ସିଂହାସନେ ବସି ହେଲ ମଉନ
ଚିଆଇଁ ଶୋଇଲେ କିଏ ଉଠାଇ
ଭୁଲିଲ କି ସବୁ ଅନ୍ତର ଜାଣ
ମୋ ଦୁଃଖ ଟାଣ ହେଲ ପାଷାଣ
ଚକାଡ଼ୋଳା କିମ୍ପା ଡକା
କିମ୍ପା ଡକା ନ ଶୁଣ
ଚକାଡ଼ୋଳା କିମ୍ପା ଡକା
ବିଷୟାରେ ମଜ୍ଜି ତମକୁ ନ ଭଜି
ମୁଁ ଆଜି ପତିତ ହେ ନାରାୟଣ
ଏକା ମୋ ଶରଣ ଶରଣରକ୍ଷଣ
ତ୍ରାହି କର ବାରେ ଜଗତାରଣ
ରଖ ଶରଣ ତବ ଚରଣ
ଚକାଡ଼ୋଳା କିମ୍ପା ଡକା
କିମ୍ପା ଡକା ନ ଶୁଣ
ଚକାଡ଼ୋଳା କିମ୍ପା ଡକା
ଫଟୋ କ୍ରେଡ଼ିଟ୍ - http://oriya.incredibleorissa.com/movie/sri-jagannatha/sri-jagannatha-2/
No comments:
Post a Comment
‹
›
Home
View web version
No comments:
Post a Comment