Living in Bhubaneswar
Monday, March 21, 2016
ଜଗନ୍ନାଥ ଭଜନ - ଆହେ ରାମ ହରି
କବି - ସାଲବେଗ
ଗାୟକ - ଅକ୍ଷୟ ମହାନ୍ତି
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=ChrXeGcukm
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଆହେ ରାମହରି !
ପ୍ରଭୁ ବିଜେ କରିଅଛ ନୀଳଗିରି ।
ପ୍ରଭୁ ଦର୍ଶନ ମାତ୍ରକେ ଯିବି ତରି ।।
ପ୍ରବେଶ ହୋଇଲି ବଡ଼ଦାଣ୍ଡ । ଚରଣ ଧୂଳିଲେ ପୂରିଲା ତୁଣ୍ଡ ।।
ଦାଣ୍ଡରେ ବସିଛି କୈବଲ୍ୟ ପସରା ଟଙ୍କ ତୋରାଣିରେ ମନ ତୋଷ ।୧।
ଧନ୍ୟ ପୁରସ୍ତମ କ୍ଷେତ୍ରବାସୀ । ଭାଗ୍ୟ ଥିଲେ ସାଧୁ ସଙ୍ଗେ ମିଶି ।।
ଗ୍ରାସ ପୂରାଇଣ କୈବଲ୍ୟ ପାଆନ୍ତି ମିଛେ ବୋଲୁଥାନ୍ତି ଏକାଦଶୀ ।୨।
ସିଂହଦ୍ୱାରଠାରେ ବେତବାଡ଼ି । ବାଜିଲେ ପାତକ ଯାଏ ଛାଡ଼ି ।।
ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ସାଧୁଜନମାନେ ଠେଲାଠେଲି ।୩।
ବାଇଶି ପାବଚ୍ଛ ଗଲି ସୁଖେ । କୈବଲ୍ୟ ବସିଛି ବେନି ପାଖେ ।।
ବ୍ରାହ୍ମଣ କ୍ଷତ୍ରୀୟ ଶୁଦ୍ର ଚାରିବର୍ଣ୍ଣ କୈବଲ୍ୟ ଦିଅନ୍ତି ମୁଖେ ମୁଖେ ।୪।
ରୋହିଣୀ କୁଣ୍ଡର ପାଦରଜ । ସିଂହ ମାଡ଼ି ବସିଅଛି ଗଜ ।।
ସତେ କି ଜୀବନ ସଫଳ ହୋଇବ କାକ ପଡ଼ି ହେଲା ଚତୁର୍ଭୁଜ ।୫।
ଗରୁଡ଼ ପାଖରେ ରହି ଦେଖ । କି ଶୋଭା ପାଉଛି ପଦ୍ମମୁଖ ।।
ହୀରା ନୀଳା ମୋତି ମାଣିକ୍ୟ ଜଳୁଛି ହୃଦେ ଲମ୍ବିଅଛି ବ୍ୟାଘ୍ରନଖ ।୬।
ସଳଖ ସୁନ୍ଦର ବଡ଼ଦାଣ୍ଡ । ନବକୋଟି ଲୋକ ତହିଁ ରୁଣ୍ଡ ।।
ଦର୍ଶନ ମାତ୍ରକେ ପାପକ୍ଷୟ ଯିବ ପାପାଧି ପାତକ ହୋଇ ଖଣ୍ଡ ।୭।
ସିଂହଦ୍ୱାର ଆଗେ ତିନିରଥ ।ପାଟପତନୀରେ ମଣ୍ଡେ ନେତ ।।
ଆଗେ ବଳଭଦ୍ର ମଝିରେ ସୁଭଦ୍ରା ପଛେ ବିଜେ କଲେ ଜଗନ୍ନାଥ ।୮।
କହେ ସାଲବେଗ ମୂଢ଼ମତି । ତ୍ରାହି କରିବେ ଶ୍ରୀ ଲକ୍ଷ୍ମୀପତି ।।
ଶ୍ରୀରଙ୍ଗା ଚରଣେ ପଶୁଛି ଶରଣ ତ୍ରାହି କର ଶାଳଗ୍ରାମ ମୂର୍ତ୍ତି ।୯।
No comments:
Post a Comment
‹
›
Home
View web version
No comments:
Post a Comment