Living in Bhubaneswar

Saturday, March 26, 2016

ଜଗନ୍ନାଥ ଭଜନ - କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ 


କବି - ସାଲବେଗ 


ଗାୟକ - ଅକ୍ଷୟ ମହାନ୍ତି 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=NlatVl8IOfo


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମେ ଦ୍ରଶନ କରିବୁ କାହାକୁ ।।

ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ
ବିଜୟ କର ପ୍ରଭୁ ଚାପକୁ ।୧।

କୁଳବଧୂଙ୍କ ରଡ଼ି ପଣ୍ଡାଏ ଗଡ଼ାଗଡ଼ି 
ବିଧାତା ବାମ ହେଲା ଓଡ଼ିଶାକୁ ।୨।

ବଡ଼ ଦେଉଳୁ ବାହାରି ଶଗଡ଼ିରୁ ବିଜେ କରି 
ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ ।୩।

କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ 
ଧିକ ଧିକ ଆମ୍ଭ ଜୀବନକୁ ।୪।
livinginbhubaneswar at 14:50
Share

No comments:

Post a Comment

‹
›
Home
View web version

About Me

My photo
livinginbhubaneswar
"Living in Bhubaneswar' (LIB) is a blog run by 'Centre for Human Sciences Bhubaneswar' (CHSB), a Trust. The Centre's aims include archiving the socio-cultural heritage of Odisha. "Living in Bhubaneswar" is a part of CHSB's work on contributing towards developing digital interfaces for Odia language. LIB covers topics related to the human sciences, the spiritual heritage of Odisha and India, Odia books, Odia food cultures, quotidian life in Odisha's cities, Odia popular culture, contemporary history of Odisha, and everything in between. Stay tuned.
View my complete profile
Powered by Blogger.