Living in Bhubaneswar
Tuesday, February 02, 2016
ଭଜନ - ଚାଲ ସଖି ଆମ୍ଭେ ଦର୍ଶନ କରିବା
କବି - ସାଲବେଗ
ଗାୟକ - ସିକନ୍ଦର ଆଲମ୍
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=0bgNFKncgks
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ ।
କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ ।।
ସେ ଯେ ଶ୍ରୀମୁଖ ତୋରା
ଶିରେ ସୁନାସୁତା କେରା କେରା ।୧।
ଶ୍ୱେତପଦ୍ମ ଆଖି ଦେଖିଲେ ଗୋ ସଖି ଚିତ୍ତ କି ବାହୁଡ଼େ ଆଉ ।
କର୍ଣ୍ଣରେ କୁଣ୍ଡଳ ଦିଶେ ଝଲଝଲ କଉସ୍ତୁଭ ଦାଉ ଦାଉ ।।
ସେ ଯେ ହିଆ ବୃଷାଳ
ମିଶାମିଶି ବାରାନିଧି-ଫଳ ।୨।
ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି ।
ଦୁଃସହ ଦୁର୍ଗତି ଗ୍ରହପୀଡ଼ାମାନ ଆଉ କି ପଶିବେ ଡରି ।
ସେ ଯେ ଦୟାସାଗର
ତାଙ୍କ ପଦ୍ମପାଦେ ଲୟ କର । ୩।
ଶ୍ରୀପୁରୁଷୋତ୍ତମ ରହଣି କରିବା ଖାଇବା ଛଡ଼ା ତୁଳସି ।
କହେ ସାଲବେଗ ସିଂହଦ୍ୱାରଠାରେ ହୋଇଥିବା କ୍ଷେତ୍ରବାସୀ ।
ସେ ଯେ ଆରତତ୍ରାଣ
କାଳଗଜକୁ ସିଂହ ପ୍ରାଏଣ ।
ଚାଲ ଚାଲ ପଶିବା ସରଣ । ୪।
No comments:
Post a Comment
‹
›
Home
View web version
No comments:
Post a Comment